ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ଭଦ୍ରକ, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚାନ୍ଦବାଲି ରାଜସ୍ୱୀ ନିରୀକ୍ଷଣ ସୁବ୍ରତ ମଲ୍ଲିକ । ଜମିବାଡି କାଗଜପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାଜସ୍ୱ ନିରୀକ୍ଷକ ।

ଚାନ୍ଦବାଲି ଓସ୍ତିଆ ପଞ୍ଚାୟତ ପଣସପଡା ଗାଁର କିଶୋର ପଣ୍ଡାଙ୍କ ଠାରୁ ଚାନ୍ଦବାଲି ରାଜସ୍ୱ ନିରୀକ୍ଷଣ ୩ହଜାର ଟଙ୍କା ଲାଞ୍ଚ ନେଉଥିଲେ । ହଠାତ୍‌ ଏହି ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାବୁ । କିଶୋର ପଣ୍ଡାଙ୍କୁ  ନିଜ ଜମିର ଲିଗାଲ ହେଆର କରାଇ ଦେବା ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ ସଂପୃକ୍ତ ରାଜସ୍ୱ ନୀରିକ୍ଷକ । ଏହାପରେ ଶ୍ରୀ ପଣ୍ଡା ଭଦ୍ରକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ।  ଆଜି ଭଦ୍ରକ ଭିଜିଲାନ୍ସ ଟିମ୍‌ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ଅଭିଯୋଗକାରୀ କିଶୋର ପଣ୍ଡାଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ।

Leave a Reply

Your email address will not be published.