ରେମୁଣା ବିଧାୟକଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ଜିଲ୍ଲାରେ ଆଉ ଜଣେ ବିଧାୟକଙ୍କୁ କରୋନା । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନିଜେ ବିଧାୟକ ଫୋନ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ରେମୁଣା ବିଧାୟକଙ୍କର ନମୁନା ୧୧ ତାରିଖରେ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।

Leave a Reply