ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଖୁଲାସା, କରୋନା ରୋଗୀଙ୍କ ପାଇଁ ପ୍ରଭାବି ନୁହେଁ ରେମଡେସିଭିର

ୱାସିଂଟନ, (ଓଡିଶା ଟାଇମ୍) : ଆମେରିକୀୟ କମ୍ପାନୀ ଗିଲିଆଡର ରେମଡେସିଭିର କରୋନା ରୋଗୀର ଜୀବନ ରକ୍ଷା କରିବାରେ ଅଧିକ ସକ୍ଷମ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିକଟରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ରେମଡେସିଭିର ସାହାଯ୍ୟରେ କୋଭିଡ-୧୯ ରୋଗୀଙ୍କ ହସ୍ପିଟାଲରେ ରହିବା ଓ  ବଞ୍ଚିବାର ସମ୍ଭାବନା ବହୁତ କମ୍।

ପ୍ରାରମ୍ଭରେ, ଏହି ଆଣ୍ଟିଭାଇରାଲ୍ ଔଷଧ କରୋନା ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା ଏବଂ ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚାରୋଟି ସମ୍ଭାବ୍ୟ ଔଷଧ ବ୍ୟବସ୍ଥାର ପରୀକ୍ଷଣ କରିଥିଲା।

Leave a Reply

Your email address will not be published.