କଟକ ଓ ରାୟଗଡ଼ାରେ ନୂଆ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍

ଭୁବନେଶ୍ୱର, (ଓଟି): କଟକ ଓ ରାୟଗଡ଼ାରେ ତିନୋଟି ରିଲାଏନ୍ସ ରିଟେଲ୍‌ର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍ ଗୁରୁବାର ଉଦ୍‍ଘାଟନ ହୋଇଛି । କଟକର ବକ୍ସିବଜାରସ୍ଥିତ ଅବଦୁଲ ୱାହିଦ ପ୍ରପର୍ଟି ଏବଂ କଲେଜ ଛକସ୍ଥିତ କିତାବ ମହଲ ନିକଟସ୍ଥ ସାଇ କମ୍ପେ୍ଲକ୍ସରେ ଦୁଇଟି ନୂଆ ଷ୍ଟୋର ଖୋଲିଥିବା ବେଳେ ରାୟଗଡ଼ାରେ ରିଲାଏନ୍ସ ସ୍ମାର୍ଟର ପ୍ରଥମ ଷ୍ଟୋର୍‍ ଷ୍ଟେସନ ରୋଡ଼ ନିକଟସ୍ଥ ଭିକେ ସେଣ୍ଟ୍ରାଲ୍‍ରେ ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମ୍‍ଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

ରିଲାଏନ୍ସ ସ୍ମାର୍ଟ କଟକ ଷ୍ଟୋର


ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମ୍‌ଆରପି ଉପରେ ସର୍ବନିମ୍ନ ୫% ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରିବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି । ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି ।
ଏସବୁ ନୂଆ ଷ୍ଟୋର୍ ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୧୨ରେ ପହଞ୍ôଚଛି । କଟକ ଓ ରାୟଗଡ଼ାରେ ରିଲାଏନ୍ସ ସ୍ମାର୍ଟର ୩ଟି ଷ୍ଟୋର୍‍ ଯଥାକ୍ରମେ ୧୩,୭୦୦ ବର୍ଗଫୁଟ, ୧୯,୦୦୦ ବର୍ଗଫୁଟ ଓ ୧୭,୨୦୦ ବର୍ଗଫୁଟରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଦକ୍ଷ ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍‌, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ଗ୍ରାହକମାନଙ୍କ ହୃଦୟ ଜିଣିିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ ।
ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି । ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଞ୍ôଚ ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ବର୍ତ୍ତମାନ ରିଲାଏନ୍ସ ସ୍ମାର୍ଟ ସୁପର୍‍ଷ୍ଟୋର ଦେଶର ୧୪୦ ସହରରେ ରହିଛି ।

Leave a Reply