ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସର ‘ଉତ୍କଳ କଲେକ୍ସନ’

ଭୁବନେଶ୍ବର, (ଓଡିଶା ଟାଇମ୍ ) :ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ ର ଶୁଭାରମ୍ଭ କରିଛି । ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର୍ଯ୍ୟ, ଶୈଳୀ ଓ ଡିଜାଇନ୍ ଆଧାରରେ ପ୍ରସ୍ତୁତ କରାଯାଇଛି ।

ଗ୍ରାହକମାନେ କଳାତ୍ମକ ଭାବରେ ପ୍ରସ୍ତୁତ ଅନେକ ଗୁଡ଼ିଏ ଡିଜାଇନ ମଧ୍ୟରୁ ନିଜର ପସନ୍ଦର ଗହଣାକୁ ବାଛି ପାରିବେ । ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି କୋଣାର୍କ ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ, ମୁକ୍ତେଶ୍ୱର ମନ୍ଦିର କଳା, ପୁରୀ ଜଗନ୍ନାଥ ମନ୍ଦିର କଳା, ସିନ୍ଥି ନୃତ୍ୟ କଳା, ବୋଇତ ବନ୍ଦାଣ ନୌବାଣିଜ୍ୟ ପରମ୍ପରା ଓ ଆକର୍ଷଣୀୟ ପଟ୍ଟଚିତ୍ର କଳା । ଓଡ଼ିଶାର ଏହି ଏତିହ୍ୟ ସମ୍ପନ୍ନ କଳାସଂସ୍କୃତିର ଚିହ୍ନ ଗ୍ରାହକମାନେ ସୁନା ଓ ହୀରାର ସୁନ୍ଦର ନେକ୍‌ଲେସ, ଇୟରିଂ ଆଦି ମାଧ୍ୟମରେ ପାଇପାରିବେ । ବିଭିନ୍ନ ଉତ୍ସବ ଓ ଅବସର ପାଇଁ ମନପସନ୍ଦ ଚୋକର ସେଟ୍ ଠାରୁ ଆରମ୍ଭ କରି ଛୋଟ ନେକ୍‌ଲେସ୍ ଓ ଆକର୍ଷଣୀୟ ସୁଦୀର୍ଘ ନେକଲେସ୍ ସେଟ୍ ସମେତ ବିବିଧ ଓ ବ୍ୟାପକ ଡିଜାଇନ୍‌ର ଅଳଙ୍କାର ବିଭିନ୍ନ ବଜେଟରେ ଉପଲବ୍ଧ ରହିଛି ।

ଏହି ଗୋଲ୍ଡ କଲେକ୍ସନର ଡିଜାଇନ୍ ୨୨ କ୍ୟାରେଟ୍ ଗୋଲ୍ଡରେ ପ୍ରସ୍ତୁତ ଓ ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ସୁନ୍ଦର ମନ୍ଦିର ଶୈଳୀର ଅଳଙ୍କାର, ଆଂଟିକ୍ ଓ ୟେଲୋ ଗୋଲ୍ଡ ଫିନିସ୍ ଅଳଙ୍କାର ତଥା ସୁନ୍ଦର ତାରକସି ଷ୍ଟାଇଲ୍ ଅଳଙ୍କାର ଗୋଲ୍ଡ ଓ ଆଂଟିକ୍ ଫିନିସ୍ ସହିତ । ସେହିଭଳି ୧୮ କ୍ୟାରେଟ୍ ସୁନାରେ ଖଚିତ ଡାଏମଣ୍ଡ ବା ହୀରା ସେଟ୍ ପାର୍ବଣ ଓ ଏହିପରି ସମୟ ପାଇଁ ବେଶ୍ ଉପଯୁକ୍ତ ଅଟେ ।

ଉତ୍କଳ କଲେକ୍ସନର ବିଭିନ୍ନ ଡିଜାଇନ୍ ସମ୍ଭାରକୁ https://youtu.be/ioFuUaHX8Ck ରେ ଦେଖିପାରିବ ।

ଉତ୍କଳ କଲେକ୍ସନରେ ରହିଥିବା ଓଡିଶାର ବିଭିନ୍ନ କଳାତ୍ମକ ଉତ୍କର୍ଷ ଗୁଡ଼ିକ ମଧ୍ୟରେ ରହିଛି:
କୋଣାର୍କ ସୂର୍ଯ୍ୟ ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ନିର୍ମିତ କୋଣାର୍କର ଚକ ପରି, ଯାହାକି ସମୟର ସଙ୍କେତ ଅଟେ, ଏହି ନେକଲେସ୍ ସେଟ୍ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଡିଜାଇନ୍ ଦ୍ୱାରା ଅନୁପ୍ରେରିତ ଏବଂ ଏହାକୁ ଅତ୍ୟନ୍ତ ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି ।
ମୁକ୍ତେଶ୍ୱର ମନ୍ଦିର କଲେକ୍ସନ : ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରସ୍ତୁତ ଏହି ହାତତିଆରି ଗହଣା ସେଟ୍ ସୁଦୃଶ୍ୟ ମୁକ୍ତେଶ୍ୱର ମନ୍ଦିରର କଳାତ୍ମକ ସଂରଚନାକୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଇଛି ଯାହାକୁ ଓଡ଼ିଶା କଳା ସ୍ଥାପତ୍ୟର ଏକ ଉତ୍କୃଷ୍ଟ ରତ୍ନ ଭାବେ ବିବେଚନା କରାଯାଇଥାଏ ।
ପୁରୀ ଜଗନ୍ନାଥ କଲେକ୍ସନ: ଏହି ଆକର୍ଷଣୀୟ ଡିଜାଇନକୁ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟ ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ ଶୈଳୀର ସଙ୍କେତ ବହନ କରୁଛି ।

ସିନ୍ଥି କଲେକ୍ସନ: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିଧାନ କରାଯାଉଥିବା ସିନ୍ଥିର ଆଧାରରେ ଏହି ଗହଣାର ଡିଜାଇନ କରାଯାଇଛି । ଏହା ଅତ୍ୟନ୍ତ ଅନୁପମ ଓ ଏଥିରେ ପାରମ୍ପରିକ ଶୈଳୀ ଏବଂ ଆଧୁନିକ ଢଙ୍ଗର ଉତ୍ତମ ସମନ୍ୱୟ ପ୍ରତିଫଳିତ ହୋଇଛି ।

ବୋଇତ ବନ୍ଦାଣ କଲେକ୍ସନ : ଓଡ଼ିଶାର ବୋଇତ ବନ୍ଦାଣ ପରମ୍ପରା ଓ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇ ବୋଇତ ବନ୍ଦାଣ ଅନୁପ୍ରେରିତ ନେକ୍‌ଲେସ ସେଟ୍ ପ୍ରସ୍ତୁତ କରାଯାଇଛି ଯାହା ଓଡ଼ିଶାର ପୁରାତନ ସମୟରେ ପାଳନ କରାଯାଉଥିବା ଲୋକ ଉତ୍ସବର ସ୍ମୃତି ବହନ କରୁଛି ।
ପଟ୍ଟଚିତ୍ର କଲେକ୍ସନ: ରିଲାଏନ୍ସ ଜୁଏଲ୍ସର ଉତ୍କଳ କଲେକ୍ସନର ଏକ ଆକର୍ଷଣୀୟ ନେକ୍‌ଲେସ ସେଟ୍ ଭାବରେ ଏହି ସୁନ୍ଦର ଅଳଙ୍କାର କଲେକ୍ସନ ବାସ୍ତବରେ ପ୍ରତିଟି ଅଳଙ୍କାର ସଂଗ୍ରାହକଙ୍କ ପାଇଁ ଇପ୍‌ସିତ ଅଳଙ୍କାର, ଯାହା ଓଡ଼ିଶାର ପଟ୍ଟଚିତ୍ର କଳାରୁ ଅନୁପ୍ରେରିତ ହୋଇଛି । ଏହା ପୁରାତନ କଳାକୌଶଳ ଓ ଚିତ୍ରର ଅନୁକରଣରେ ପ୍ରସ୍ତୁତ କରାଯାଇଛି ।

ଉତ୍କଳ କଲେକ୍ସନର ପ୍ରତ୍ୟେକ ଅଳଙ୍କାର ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରତିପାଦନ କରୁଥିବା ବେଳେ ଏଥିରେ ଭରି ରହିଛି ଉତ୍କୃଷ୍ଟ କାରିଗରି ତଥା ରିଲାଏନ୍ସ ଜୁଏଲ୍ସ ବ୍ରାଣ୍ଡର ଗୁଣବତ୍ତା ଓ ବିଶ୍ୱସନୀୟତା । ଏହି ଉତ୍କଳ କଲେକ୍ସନ ସାରା ଭାରତରେ ରିଲାଏନ୍ସ ଜୁଏଲ୍ସ ଆଉଟଲେଟରେ ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏଥିସହିତ ସୁନା ଗହଣା ଓ ସୁନା କଏନର ଗଢ଼ା ମଜୁରୀରେ ୩୦% ପର୍ଯ୍ୟନ୍ତ ରିହାତି଼ ରହିଛି । ସେହିଭଳି ଡାଇମଣ୍ଡ୍ ବା ହୀରା ଅଳଙ୍କାର ବିଲ୍ ମୂଲ୍ୟରେ ୩୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି । ଏହି ଅଫରା ୧୬ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସର୍ତ ଓ ବ୍ୟବସ୍ଥାବଳୀ ସହ ଲାଗୁ ହେବ ।

ଏହାର ଶୁଭାରମ୍ଭ ଅବସରରେ ରିଲାଏନ୍ସ ଜୁଏଲ୍ସର ମୁଖପାତ୍ର କହିଛନ୍ତି ଯେ, “ପର୍ବପର୍ବାଣୀ ହେଉଛି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦୁର୍ଗାପୂଜା ଓ ଦୀପାବଳୀ ଭାରତରେ ପାଳିତ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଅନ୍ୟତମ । ଧନତେରସ ସମୟରେ ସୁନା କିଣିବାକୁ ଶୁଭ ମନେ କରାଯାଏ ଓ ଏହି ସମୟରେ ଆମେ ଉତ୍କୃଷ୍ଟ କାରିଗରୀସମ୍ପନ୍ନ ‘ଉତ୍କଳ କଲେକ୍ସନ୍‌’ ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ଆମର ଆକର୍ଷଣୀୟ ଅର୍ନେଟ୍ କଲେକ୍ସନରେ ମନ୍ଦିର ଅଳଙ୍କାରର ଡିଜାଇନ୍ ସାମିଲ୍ ରହିଛି । ପ୍ରତିଟି ସୁନା ଓ ହୀରା ନେକ୍‌ଲେସ୍ ଓ ଇୟରିଙ୍ଗ୍ ବେଶ୍ ସ୍ୱତନ୍ତ୍ର ଏବଂ ଏହା ଓଡ଼ିଶାର ବିଭିନ୍ନ କଳା, ଐତିହ୍ୟ ଓ ସଂସ୍କୃତିକୁ ଦର୍ଶାଇଥାଏ । ଶୁଭ ଧନତେରସର ଅବ୍ୟବହିତ ପୂର୍ବରୁ ଏହି ସ୍ୱତନ୍ତ୍ର କଲେକ୍ସନକୁ ଉପଲବ୍ଧ କରାଯାଇଛି ଏବଂ ଏହାକୁ ଆମର ଗ୍ରାହକମାନେ ବେଶ୍ ପସନ୍ଦ କରିବେ ବୋଲି ଆମେ ଆଶା ରଖିଛୁ ।”

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲଏନ୍ସ ଜୁଏଲ୍ସରେ ସୁନା ଓ ହୀରା ବେଶ୍ ସୁଲଭ ମୂଲ୍ୟରେ ଉପଲବ୍ଧ । ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ । ରିଲାଏନ୍ସ ଜୁଏଲ୍‌ସର ୧୦୦ରୁ ଅଧିକ ସହରରେ ୨୦୦ରୁ ଉର୍ଦ୍ଧ୍ୱ ଷ୍ଟୋର ରହିଛି ଓ ଏହା ଦ୍ରୁତ ଗତିରେ ସଂପ୍ରସାରିତ ହେଉଛି । ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି । ରିଲାଏନ୍ସ ଜୁଏଲ୍ସରେ ପ୍ରତି ଅବସର ପାଇଁ ଓ ସମସ୍ତଙ୍କ ପାଇଁ ଗହଣା ରହିଛି । ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ଅଳଙ୍କାରରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ । ଏହି ବ୍ରାଣ୍ଡ୍ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ । ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ । ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି । ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି । ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ମଧ୍ୟ ପ୍ରଦାନ କରିଥାଏ ।

Leave a Reply