ପ୍ରବଳ ବର୍ଷା ନେଇ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ!

ଭୁବନେଶ୍ବର, (ଓଡିଶା ଟାଇମ୍) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇ  ୨୪ ଘଣ୍ଟା ମଧ୍ୟରେ  ଉତ୍ତର  ପଶ୍ଚିମ ଆଡକୁ ଗତି କରିବ ।  ରାଜ୍ୟରେ ଆହୁରି ୨୪ ଘଣ୍ଟା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିବ । ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

୧ ୦ ଜିଲ୍ଲା ହେଉଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୋଳ । ସେହିଭଳି ୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ୯ଟି ଜିଲ୍ଲା ହେଉଛି କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୪ ଘଣ୍ଟା ଭିତରେ ବାଲେଶ୍ବର ରାଜଘାଟରେ ସର୍ବ।ଧିକ ୧୫୦.୪ ମିମି, ଚନ୍ଦନପୁର ୧୪୩.୨ ମିମି ବର୍ଷା, ଜଳେଶ୍ବର ୧୧୫ ମିମି, ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ମାଲାକାନଗିରି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକା ବର୍ଷା ହେଇଥିବା ବେଳେ ବାଲେଶ୍ବର, ଖୋର୍ଦ୍ଧା ଓ ନବରଙ୍ଗପୁର ଭଳି କିଛି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି । ​

Leave a Reply

Your email address will not be published.