ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୫୨ହଜାରରୁ ଅଧିକ ପରୀକ୍ଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟାରେ ରାଜ୍ୟରେ ଦୈନିକ ୫୨ ହଜାର ୭୯୫ କରୋନା ଟେଷ୍ଟ କରାଯାଇଥିବା ଜଣାଯାଇଛି । ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ ୪୨,୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ଟି ଟେଷ୍ଟ କରାଯାଇଥିବା ଜଣାଯାଇଛି । ଏହାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ମହାମାରୀ କରୋନା ରାଜ୍ୟରେ ପରିସ୍ଥିତି ଏପରି ସୃଷ୍ଟି କରିଛି ଯେ, ପ୍ରତ୍ୟେକ ଦିନ ସଂକ୍ରମଣ ବଢିବାରେ ଲାଗିଛି । ପୂର୍ବରୁ ଏହା ନିୟନ୍ତ୍ରଣରେ ଥିଲା କିନ୍ତୁ କିଛି ଦିନ ହେବ କରୋନା ମହାମାରୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ୍ ଟେଷ୍ଟରେ ମଧ୍ୟ ବୃଦ୍ଧି କରାଯାଇଛି ।

ଟେଷ୍ଟ ଯେତେ ପରିମାଣର ବଢିବ , ଆଗକୁ ଅଧିକ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବାର ମଧ୍ୟ ଆଶଙ୍କା ରହିଛି । ସେହିପରି ଆଗକୁ ରାଜ୍ୟରେ  ଟେଷ୍ଟିଂ କ୍ଷମତା ୧ ଲକ୍ଷକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବରୁ ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published.