ରାଜ୍ୟ ପାଇଁ ଭଲ ଖବର; ଆଉ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୯,୪୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୨୭, ରାୟଗଡାରୁ ୧୧୨, ଗଞ୍ଜାମରୁ ୨୬୬, ନୟାଗଡରୁ ୧୪୩, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ପୁରୀରୁ ୧୪୧, କଟକରୁ ୯୮, ମାଲକାନଗିରିରୁ ୭୬, କେନ୍ଦ୍ରାପଡାରୁ ୭୪, ବୌଦ୍ଧରୁ ୮୭, ସୁନ୍ଦରଗଡରୁ ୭୩, କନ୍ଧମାଳରୁ ୭୩, କଳାହାଣ୍ଡିରୁ ୭୨, ବାଲେଶ୍ୱରରୁ ୬୩, ଝାରସୁଗୁଡାରୁ ୧୭, ନବରଙ୍ଗପୁରରୁ ୪୪, ମୟୂରଭଞ୍ଜରୁ ୭୦, ଗଜପତିରୁ ୪୨, ଯାଜପୁରରୁ ୪୦, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗିରରୁ ୧୮, ଏବଂ ଦେବଗଡରୁ ୫ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪,୨୩୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୦୮ ଜଣ କ୍ବାରେଣ୍ଟାଇନ ରହିଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published.