ରୋଷେଇ – କଞ୍ଚା କଦଳୀ ପୁରି

ଆବଶ୍ୟକୀୟ ଜିନିଷ – ୨୫୦ ଗ୍ରାମ୍ ଅଟା, ୨ଟି କଞ୍ଚ କଦଳୀ, ଛାଣିବା ପାଇଁ ତେଲ, ୨ ବଡ଼ ଚାମଚ ଜୁଆଣୀ ଓ ସ୍ୱାଦ ଅନୁଯାୟୀ ଲୁଣ । 

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀକୁ ଭଲ ଭାବେ ଚୋପା ଛଡ଼ାଇ ସିଝାଇ ଦିଅନ୍ତୁ । ତାହାକୁ ଭଲ ଭାବେ ଚକଟି ଦିଅନ୍ତୁ । ଗୋଟିଏ ବାଉଲରେ କଦଳୀ ଚକଟା, ଅଟା, ଜୁଆଣୀ, ପାଣି ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ ।(ଆପଣ ଏଥିରେ ଧନିଆପତ୍ର ମଧ୍ୟ ପକାଇପାରିବେ) । ତାହାକୁ ଘୋଡ଼ଣୀ ଦେଇ ପ୍ରାୟ ଅଧଘଣ୍ଟା ରଖିଦିଅନ୍ତୁ । ଏହାପରେ ତାହାକୁ ଆଉ ଟିକେ ଚକଟି ପୁରି ଭଲି ଛୋଟ ଛୋଟ ବଲସ୍ ବନାନ୍ତୁ । ତା’ ପରେ ବେଲଣା ପଟାରେ ଅଟା ବଦଳରେ ତେଲ ଲଗାଇ ପୁରି ବେଲନ୍ତୁ । କରେଇରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ପୁରିଗୁଡ଼ିକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା କଂଚା କଦଳୀ ପୁରି । ଏହାକୁ ଦହି କିମ୍ବା ଆଳୁଦମ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published.