ରୋଷେଇ – ମେଥି ମଟର ମଲାଇ

0
45
advertisement

ଆବଶ୍ୟକୀୟ ଜିନିଷ – ୧ କପ୍ ମଟର, ୩ବଡ଼ ଚାମଚ ଫ୍ରେଶ୍ କ୍ରୀମ୍, ଗୋଟିଏ ବିଡ଼ା ମେଥି ଶାଗ, ୫-୬ଟି ରସୁଣ କୋଲା, ଗୋଟିଏ ଛୋଟ ଅଦା, ଗୋଟିଏ ବଡ଼ କଟା ପିଆଜ, ଅଧା କପ୍ କଟା ଧନିଆ ପତ୍ର, ଅଧା କପ୍ କାଜୁ, ୧ କପ୍ ଖିର, ୧ କପ୍ ମଟର, ୧ ଛୋଟ ଚାମଚ ଜିରା, ୨୦୦ଗ୍ରାମ୍ ପନିର୍, ୩ଟି ତେଜପତ୍ର.୩ଟି ଲବଙ୍ଗ, ୨ଟି କଟା କଂଚା ଲଙ୍କା ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ମେଥି ଶାଗକୁ ଭଲ ଭାବେ ଧୋଇ ପାଣି ଛାଣି ରଖନ୍ତୁ । ଏହାପରେ ମିକ୍ସର୍ ଜାରରେ ପିଆଜ, ରସୁଣ, ଅଦା, କଂଚା ଲଙ୍କା, ଜିରା, କାଜୁ ଓ ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରି ପେଷ୍ଟ୍ ବନାନ୍ତୁ । ଏହାପରେ କରେଇ ବସାଇ ବଟରକୁ ଗରମ କରନ୍ତୁ । ବଟର ଗରମ ହେବା ପରେ ସେଥିରେ ତେଜପତ୍ର ଓ ଲବଙ୍ଗ ଦେଇ କିଛି ସମୟ ଭାଜି ଦିଅନ୍ତୁ । ତା’ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ପେଷ୍ଟକୁ ଦେଇ ଭଲ ଭାବେ ଭାଜି ନିଅନ୍ତୁ । ଏହାପରେ ସେଥିରେ ମେଥି ଶାଗ ପକାଇ କିଛି ସମୟ ଚଲାନ୍ତୁ । ଏହାପରେ ସେଥିରେ ଖିର ଓ ପାଣି ଦେଇ ୫ ମିନିଟ୍ ସିଝାନ୍ତୁ । ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ପନିର୍, ମଟର ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଆଉ କିଛି ସମୟ କୁକ୍ କରନ୍ତୁ । ଏହାପରେ ଗ୍ୟାସ୍ ବନ୍ଦ କରନ୍ତୁ ଏବଂ କ୍ରୀମ୍ ଓ ଧନିଆପତ୍ର ପକାଇ ଭଲ ଭାବେ ଗୋଳାଇ ପରଷନ୍ତୁ ।