ରୋଷେଇ – କର୍ଡ଼ ରାଇସ୍

ଆବଶ୍ୟକୀୟ ଜିନିଷ – ବଳକା ଥିବା ଭାତ, ଭାତ ପୁରା ଭିଜିବା ଭଳି ଦହି, ସ୍ୱାଦ ଅନୁଯାୟୀ ଅଧା ଚାମଚ ରାଗଗୁଣ୍ଡ ଓ ଲୁଣ, ୧ ଚାମଚ ମୁଗ ଡାଲି, ୧ ଚାମଚ ସୋରିଷ, ୨ଟି ବଡ଼ ଶୁଖିଲା ଲଙ୍କା, ୩ଟି ଭୃସଙ୍ଗ ପତ୍ର, ୧ ଚୁଟକି ହିଙ୍ଗୁ ଓ ୧ ଚାମଚ ଘିଅ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭାତକୁ ହଦିରେ ପକାଇ ଭିଜାଇ ଦିଅନ୍ତୁ । ସେଥିରେ ଲୁଣ ଓ ରାଗ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏକ ପ୍ୟାନରେ ୧ଚାମଚ ଘିଅ ଦେଇ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ ମୁଗ ଡାଲି, ସୋରିଷ, ଶୁଖିଲା ଲଙ୍କା, ଭୃଷଙ୍ଗପତ୍ର, ଓ ହିଙ୍ଗୁ ପକାଇ ଛୁଙ୍କ କରନ୍ତୁ । ଛୁଙ୍କ ହୋଇଯିବା ପରେ ତାହାକୁ ନେଇ ସେହି ଦହି ଭାତରେ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ପ୍ରସ୍ତୁତ ହୋଇଗଲା କର୍ଡ଼ ରାଇସ୍ । ଏହା ଉପରେ ଆପଣ ପଞ୍ଚ ଫୁଟଣ କିମ୍ବା ଆଉ କିଛି ଭଜା ଭୃସଙ୍ଗପତ୍ର ପକାଇ ସଜାନ୍ତୁ ଓ ପରଷନ୍ତୁ ।

Leave a Reply

Your email address will not be published.