ରୋଷେଇ – ଷ୍ଟଫଡ୍ ଇଡଲି

ଆବଶ୍ୟକୀୟ ଜିନିଷ – ଚାଉଳ ୧ କପ୍, ହଦି ୧ କପ୍, ଗୋଲମରିଚ ଗୁଣ୍ଡ ଗୋଟିଏ ଛୋଟ ଚାମଚ, ୩ଟି ମଧ୍ୟମ ଆକାରର ସିଝା ଆଳୁ, ଗୋଟିଏ ଛୋଟ ଚାମଚ ଜିରା, ୨ ବଡ଼ ଚାମଚ ତେଲ, ୨ଟି କଟା କଂଚା ଲଙ୍କା, ଅଧାକପ୍ ଧନିଆ ପତ୍ର, ଗୋଟିଏ ବଡ଼ ଚାମଚ ଅଦା ପେଷ୍ଟ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଚାଉଳକୁ ୩-୪ ଘଣ୍ଟା ପାଣିରେ ଭିଜାଇ ରଖିବା ପରେ ଛାଣିଦେଇ ମିକ୍ସର ଜାରରେ ପକାନ୍ତୁ । ସେଥିରେ ହଦି ଓ ସାମନ୍ୟ ଲୁଣ ପକାଇ ଗ୍ରାଇଣ୍ଡ୍ କରନ୍ତୁ । ଆଳୁକୁ ଭଲ ଭାବେ ଚକଟି ରଖନ୍ତୁ । ଏହାପରେ ଗୋଟିଏ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା, ଅଦା ପେଷ୍ଟ୍, କଂଚା ଲଙ୍କା, ଗୋଲମରିଚ ପାଉଡର୍, ଚକଟା ଆଳୁ ଓ ସ୍ୱାଦ ଅନୁଯାୀ ଲୁଣ ଦେଇ ଭଲ ଭାବେ ଭାଜନ୍ତୁ । ଗ୍ୟାସ୍ ବନ୍ଦ କରିବା ପରେ ସେଥିରେ ଧନିଆପତ୍ର ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ । ଇଡଲି ଷ୍ଟାଣ୍ଡରେ ଅଳ୍ପ ତେଲ ଲଗାଇ ଚାଉଳ ବଟାରୁ ଅଳ୍ପ ପକାନ୍ତୁ । ଏହା ଉପରେ ଆଳୁର ପୁରକୁ ଦେଇ ଚାଉଳ ବଟାର ଆଉ ଏକ ପରସ୍ତ ଦିଅନ୍ତୁ । ଏହା ଭଲ ଭାବେ ସିଝିବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଏହାପରେ ପ୍ୟାନ୍ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ । ସେଥିରେ ୧/୨ ଚାମଚ ଜିରା ଓ ୧/୨ ଚାମଚ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଭାଜନ୍ତୁ ଏବଂ ଏହାକୁ ଇଡଲି ଉପରେ ଛୁଙ୍କ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଷ୍ଟଫଡ୍ ଇଡଲି । ଏହାକୁ କୌଣସି ମିଠା ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।

Advertisements

Leave a Reply