ରୋଷେଇ – ନବରାତ୍ରୀ ସ୍ପେଶାଲ୍ ମଖମଲି ପନିର୍ (ବିନା ପିଆଜ-ରସୁଣ)

ଆବଶ୍ୟକୀୟ ଜିନିଷ – ପନିର୍ ୨୦୦ଗ୍ରାମ୍, ଟମାଟ ପ୍ୟୁରି ୧କପ୍, ଅଦା-କଂଚାଲଙ୍କା ପେଷ୍ଟ ୧ ଚାମଚ, କାଜୁ ପେଷ୍ଟ୍ ଓ ମାୱା ୨ ବଡ଼ ଚାମଚ, କ୍ରୀମ୍ ୨ ବଡ଼ ଚାମଚ, ଘିଅ ୨ ବଡ଼ ଚାମଚ, ୧ଛୋଟ ଚାମଚ ଜିରା ପାଉଡର୍, ୧ଛୋଟ ଚାମଚ ଧନିଆ ପାଉଡର୍, ୧ଛୋଟ ଚାମଚ ହଳଦୀ, ୧ଛୋଟ ଚାମଚ ଲଙ୍କା ଗୁଣ୍ଡ, ୧ଛୋଟ ଚାମଚ ଗରମ ମସଲା, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ । 

ପ୍ରସ୍ତୁତି ପ୍ରଣାଳୀ – ପନିରକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ । ପ୍ୟାନରେ ତେଲ ଦେଇ ପନିରକୁ ଗୋଲଡେନ୍ ବ୍ରାଉନ୍ କରି ଭାଜନ୍ତୁ । ଏହାପରେ ତାହାକୁ ଏକ ଥାଳିରେ ବାହାର କରି ଦିଅନ୍ତୁ । ସେହି ପ୍ୟାନରେ ଘିଅକୁ ଗରମ କରି ଅଦା ଓ କଂଚାଲଙ୍କା ପେଷ୍ଟକୁ ଭାଜନ୍ତୁ । ଅଳ୍ପ ଭାଜି ହେବା ପରେ ସେଥିରେ ଟମାଟ ପ୍ୟୁରି, ଲଙ୍କା ଗୁଣ୍ଡ, ହଳଦୀ, ଜିରା ପାଉଡର୍, ଧନିଆ ପାଉଡର୍ ଓ ଲୁଣ ପକାଇ ଭଲ ଭାବେ କୁକ୍ କରନ୍ତୁ । କରେଇରେ ମସଲା ନ ଲାଗୁଥିଲେ ସେଥିରେ କାଜୁ ପେଷ୍ଟ୍ ଓ ମାୱା ପକାଇ ୨-୩ ମିନିଟ୍ ଚଲାନ୍ତୁ । ସେଥିରେ ୧ କପ୍ ପାଣି ଦେଇ ଢ଼ାଙ୍କୁଣୀ ବନ୍ଦ କରି ୫-୬ ମିନିଟ୍ କୁକ୍ କରନ୍ତୁ । ଏହାପରେ ସେଥିରେ ପନିର୍ ଓ କ୍ରୀମ୍ ପକାଇ ଭଲ ଭାବେ ଗୋଳାଇ ଗ୍ୟାସ୍ ବନ୍ଦ କରନ୍ତୁ । ପ୍ରସ୍ତୁତ ହୋଇଗଲା ପନିର୍ ମଖମଲି । ଉପବାସ ସମୟରେ ରୁଟି ସହିତ ଏହାକୁ ଗରମ ଗରମ ପରଷନ୍ତୁ । \n

Advertisements

Leave a Reply