ରୋଷେଇ – ଆଳୁ ପୁରି

0
78
advertisement

ଆବଶ୍ୟକୀୟ ଜିନିଷ – ୨ଟି ସିଝା ଆଳୁ, ୧ କପ୍ ଅଟା, ଗୋଟିଏ କଂଚା ଲଙ୍କା, ଖଣ୍ଡେ ଅଦା, ୮-୯ଟି ରସୁଣ କୋଲା, ୧ ଚାମଚ ଜିରା, ଅଧା କପ୍ କଟା ଧନିଆ ପତ୍ର, ୧ ଚାମଚ କୁଟା ଶୁଖିଲା ଲଙ୍କା ଗୁଣ୍ଡ, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଳୁର ଚୋପା ଛଡ଼ାଇ ବଡ଼ ଖଣ୍ଡ କରି କାଟି ନିଅନ୍ତୁ । ଏହାପରେ ଗୋଟିଏ ମିକ୍ସର୍ ଜାରରେ କଂଚା ଲଙ୍କା, ଅଦା ଓ ରସୁଣକୁ ପକାଇ ବାଟନ୍ତୁ ଏବଂ ଏଥିରେ ଅଳ୍ପ କରି ସିଝା ଆଳୁକୁ ପକାଇ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ । ଯଦି ଆବଶ୍ୟକ ହୁଏ ତେବେ ଏଥିରେ ୨-୩ ବଡ଼ ଚାମଚ ପାଣି ଦେଇ ଗ୍ରାଇଣ୍ଡ୍ କରିପାରିବେ । ଏହାକୁ ଗୋଟିଏ ବଡ଼ ବାଉଲରେ ବାହାର କରନ୍ତୁ ଏବଂ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଓ ଅଟା ପକାନ୍ତୁ । ସେଥିରେ ଧନିଆ ପତ୍ର ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଚକଟନ୍ତୁ । ସେଥିରେ ୧ ଚାମଚ ତେଲ ଦେଇ ଭଲ ଭାବେ ଚକଟନ୍ତୁ ଏବଂ ତାହାକୁ ଏକ ଘୋଡ଼ଣୀ ଦେଇ ୧୦-୧୫ ମିନିଟ୍ ରଖିଦିଅନ୍ତୁ । ଏହାପରେ ସେହି ଅଟା ଚକଟାରେ ଆଉ ଏକ ଚାମଚ ତେଲ ଦେଇ ଭଲ ଭାବେ ଚକଟି ପୁରି ପାଇଁ ବଲସ୍ ବନାନ୍ତୁ । ଏହାକୁ ପୁରି ଭଳି ବେଲି ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଆଳୁ ପୁରି । ଗରମ ଗରମ ପୁରିକୁ ପୁଦିନା ଚଟଣୀ କିମ୍ବା ଦହି ସହିତ ପରଷନ୍ତୁ ।