ରୋଷେଇ – ଚଟପଟା କଖାରୁ

0
35
advertisement

ଆବଶ୍ୟକୀୟ ଜିନିଷ – ଗୋଟିଏ ଛୋଟ କଖାରୁ, ୧ ଛୋଟ ଚାମଚ ଜିରା, ୧ ଚାମଚ ସୋରିଷ, ୧ ଚୁଟକି ମେଥି ଦାନା, ଗୋଟିଏ ଶୁଖିଲା ଲଙ୍କା, ୨ ଚାମଚ ତେଲ, ଅଧା କପ୍ ଭୃସଙ୍ଗପତ୍ର, ୧ ଛୋଟ ଚାମଚ ହଳଦି, ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ, ୧ ବଡ଼ ଚାମଚ ଧନିଆ ପାଉଡର୍, ଅଧା ଲେମ୍ବୁ ରସ, କଟା ଧନିଆ ପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – କଖାରକୁ ଭଲ ଭାବେ ଧୋଇ ତା’ର ଚୋପା ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟିନିଅନ୍ତୁ । ଅଧିକ ଛୋଟ କାଟିବେ ନାହିଁ । ଏହାପରେ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଜିରା, ସୋରିଷ ଓ ଲଙ୍କା ପକାଇ ଅଳ୍ପ ଭାଜନ୍ତୁ । ଏହାପରେ ଗ୍ୟାସର ଆଂଚକୁ ଲୋ ରଖି କଟା ଯାଇଥିବା କଖାରୁ ପକାଇ କିଛି ସମୟ ଭାଜିବା ଭଳି କରନ୍ତୁ । ମନେ ରଖନ୍ତୁ କଂଚା କଖାରୁ ଶୀଘ୍ର ସିଝି ଯାଇଥାଏ । ତେଣୁ ଏହାକୁ ଅଧିକ ଚଲାନ୍ତୁ ନାହିଁ । କାରଣ କଖାରୁ ଖଣ୍ଡଗୁଡ଼ିକ ଭାଙ୍ଗି ଯାଇଥାଏ । ଏହାପରେ ସେଥିରେ ଭୃସଙ୍ଗ ପତ୍ର ପକାଇ ଗୋଳାନ୍ତୁ ଏବଂ ଢ଼ାଙ୍କୁଣୀ ଦେଇ ଗ୍ୟାସର ଆଂଚକୁ ମିଡିୟମରେ ରଖି କିଛି ସମୟ କୁକ୍ କରନ୍ତୁ । କଖାରୁ ଭଲ ଭାବେ କୁକ୍ ହେବା ପରେ ଗ୍ୟାସକୁ ବନ୍ଦ କରନ୍ତୁ । ସେଥିରେ ଲେମ୍ବୁ ରସ ଓ ଧନିଆପତ୍ର ପକାଇ ଗରମ ଗରମ ପରଷନ୍ତୁ ।