ରୋଷେଇ – ପନିର୍ ଚପାତି

0
39
advertisement

ଆବଶ୍ୟକୀୟ ଜିନିଷ – ୧ କପ୍ ଅଟା,୧/୨ କପ୍ ଖିର, ୨ଟି ବଡ଼ ପିଆଜ, ୨ଟି କଂଚା ଲଙ୍କା, ଗୋଟିଏ କଟା ସିମଲା ଲଂକା, ୨ଟି ସିଝା ଆଳୁ, ୧ କପ୍ ସିଝା ଗ୍ରୀନ୍ ମଟର, ପନିର୍ ୨୦୦ ଗ୍ରାମ୍, ଅଧା କପ୍ କଟା ଧନିଆ ପତ୍ର, ୧ ଚାମଚ ଚାଟ୍ ମସଲା, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସେଥିରେ ପିଆଜ, ସିମଲା ଲଙ୍କା, ଗ୍ରୀନ୍ ମଟର ପକାଇ ୨-୩ ମିନିଟ୍ ଭାଜନ୍ତୁ । ଏହାପରେ ସେଥିରେ ଆଳୁକୁ ଚକଟି ପକାନ୍ତୁ ଏବଂ ପନିରକୁ ଛୋଟ ଛୋଟ କାଟି ସେଥିରେ ପକାଇ କିଛି ସମୟ କୁକ୍ କରନ୍ତୁ । ସେଥିରେ ଧନିଆ ପତ୍ର, ଚାଟ୍ ମସଲା ଓ ଲୁଣ ପକାଇ ଆଉ କିଛି ସମୟ ଲୋ ଆଂଚରେ ଭାଜି ନିଅନ୍ତୁ । ଏହାପରେ ଗୋଟିଏ ବାଉଲରେ ଅଟା, ଖିର ଓ ଏକ ଚୁଟକି ଲୁଣ ପକାଇ ଦଳିଦିଅନ୍ତୁ । ସେଥିରୁ ଅଳ୍ପ ନେଇ ରୁଟି ବନାନ୍ତୁ ଏବଂ ସେଥିରେ ତେଲ ଦେଇ ହାଲକା ଭାଜି ନିଅନ୍ତୁ । ଏହା ଉପରେ ଆଳୁ-ପନିର ମିକ୍ସରୁ ଅଳ୍ପ ଆଣି ଖେଳାଇ ଦିଅନ୍ତୁ । ଏହାପରେ ରୋଲ୍ କରି ଆଉ ଅଳ୍ପ ତେଲ ଦେଇ ଭଲ ଭାବେ ଭାଜିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ପନିର୍ ଚପାତି । ଏହାକୁ ଆଲୁମିନିୟମ୍ ଫଏଲ୍ରେ ଗୁଡ଼ାଇ ଆପଣ ପିଲାମାନଙ୍କ ଟିଫିନରେ ମଧ୍ୟ ଦେଇପାରିବେ ।