ରୋଷେଇ – ମକା କବାବ୍

0
71
advertisement

ଆବଶ୍ୟକୀୟ ଜିନିଷ – ୧୦୦ଗ୍ରାମ୍ ସିଝା ଆଳୁ, ୧୦୦ ଗ୍ରାମ୍ ପନିର୍, ୧ କପ୍ କଟା ପିଆଜ, ୧ କପ୍ ସିଝା ସୁଇଟ୍ କଣ୍ଣର୍୍, ୧୦୦ ଗ୍ରାମ୍ ରୋଷ୍ଟେଡ୍ ଚଣା ପାଉଡର୍, ୩ଟି କଞ୍ଚା ଲଙ୍କା, ଖଣ୍ଡେ କଟା ଅଦା, ଅଧା କପ୍ କଟା ଧନିଆପତ୍ର, ୨ ଟିସ୍ପୁନ୍ କଳାଲୁଣ, ୧ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ୧ଟି ଛୋଟ ଚାମଚ ଆମଚୁର୍ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ଆଳୁ, ପନିର୍, ପିଆଜ, କଂଚା ଲଙ୍କା, ଧନିଆ ପତ୍ର, ଅଦା ଓ ସିଝା ସୁଇଟ୍ କର୍ଣ୍ଣ୍ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ସେଥିରେ କଳାଲୁଣ, ଆମଚୁର୍ ପାଉଡର୍, ଗୋଲମରିଚ ପାଉଡର୍, ଚଣା ପାଉଡର୍ ଓ ଲୁଣ ଦେଇ ଭଲ ଭାବେ ଗୋଳାନ୍ତୁ । ଯଦି ଆବଶ୍ୟକ ହେଉଥାଏ, ତେବେ ୧ କପ୍ ପାଣି ମିଶାନ୍ତୁ । ଏହି ମିକ୍ସରକୁ କିଛି ସମୟ ରଖିବା ପରେ ସେଥିରୁ ଅଳ୍ପ ଅଳ୍ପ ନେଇ ମକା ଭଳି ଲମ୍ବା ଆକାରରେ ଗଢ଼ନ୍ତୁ । ଏହାପରେ ପ୍ୟାନରେ ତେଲ ଗରମ କରି ତାହାକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜିନିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଇଟକର୍ଣ୍ଣ୍ କବାବ୍ । ଯଦି ଆପଣ ଚାହିଁବେ, ତେବେ କବାବ୍ ଭଳି ଏହା ମଝିରେ ଗୋଟିଏ ଷ୍ଟିକ୍ ମଧ୍ୟ ଦେଇପାରିବେ । ଏହାକୁ ପୁଦିନା କିମ୍ବା ମିଣ୍ଟ୍ ସସ୍ ସହ ଗରମ ଗରମ ପରଷନ୍ତୁ ।