ରୋଷେଇ – ବ୍ରେଡ୍ ପିନହ୍ୱିଲ୍ ସମୋସା

ଆବଶ୍ୟକୀୟ ଜିନିଷ – ୮ ପିସ୍ ବ୍ରେଡ୍, ୨-୩ଟି ସିଝା ଆଳୁ, ଅଦା-ରସୁଣ ଓ କଂଚା ଲଙ୍କା ପେଷ୍ଟ ୧ ବଡ଼ ଚାଚମ, ପିଜା ସସ୍ ୨ ବଡ଼ ଚାମଚ, ୨ ବଡ଼ ଚାମଚ ପୁଦିନା ଚଟଣୀ, ଗୋଟିଏ ଛୋଟ ଚାମଚ ତେଲ, ୧ ଛୋଟ ଚାମଚ ଲଙ୍କା ପାଉଡର୍, ଆମଚୁର୍ ପାଉଡର୍, ଗରମ ମସଲା ଓ ସ୍ୱାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ – ପ୍ୟାନ୍ରେ ତେଲ ଗରମ କରି ଅଦା-ରସୁଣ ଓ ଲଙ୍କା ପେଷ୍ଟ୍ ପକାଇ ୧-୨ ମିନିଟ୍ ଭାଜି ନିଅନ୍ତୁ । ଏହାପରେ ଆଳୁକୁ ଭଲ ଭାବେ ଚକଟି ସେଥିରେ ପକାନ୍ତୁ । ସେଥିରେ ଲଙ୍କାଗୁଣ୍ଡ, ହଳଦୀ, ଆମଚୁର ପାଉଡର୍, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ଭାଜିନିଅନ୍ତୁ । ଏହାପରେ ବ୍ରେଡର ଚାରିପଟକୁ କାଟି ବେଲଣା ପିଢ଼ାରେ ରଖି ରୁଟି ଭଲି ବେଲି ହାଲକା ପତଳା କରନ୍ତୁ । ଗୋଟିଏ ବ୍ରେଡ୍ ଉପରେ ପିଜା ସସ୍ ରଖି ଅନ୍ୟ ଗୋଟିଏ ବ୍ରେଡକୁ ତା’ ଉପରେ ରଖନ୍ତୁ । ଏହି ଦୁଇଟି ବ୍ରେଡ୍ ଉପରେ ଆଳୁ ପୁର ରଖି ଏହା ଉପରେ ଆଉ ଏକ ବ୍ରେଡ୍ ରଖନ୍ତୁ । ଏହି ତୃତୀୟ ବ୍ରେଡ୍ ଉପରେ ପୁଦିନା ସସ୍ ଲଗାନ୍ତୁ । ଏହାପରେ ଏହାକୁ ସେଟ୍ ହେବା ପାଇଁ ଗୋଟିଏ ଫଏଲ୍ ପେପରରେ ଗୁଡ଼ାଇ ଫ୍ରିଜରେ ରଖିଦିଅନ୍ତୁ । କିଛି ସମୟ ପରେ ଫ୍ରିଜରୁ ବାହାର କରି ବ୍ରେଡ ରୋଲକୁ ଗୋଲ୍ ଆକାରରେ କାଟନ୍ତୁ । ତାୱାରେ ହାଲକା ୧/୨ ଛୋଟ ଚାମଚ ତେଲ ଦେଇ ଏହାକୁ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ବିନା ତେଲରେ ବ୍ରେଡ୍ ସମୋସା । ଗରମ ଗରମ ବ୍ରେଡ୍ ସମୋସାକୁ ଦହି ସହିତ ପରଷନ୍ତୁ ।

Leave a Reply

Your email address will not be published.