ରୋଷେଇ – ଛଚିନ୍ଦ୍ରା ମଖନି

ଆବଶ୍ୟକୀୟ ଜିନିଷ – ଗୋଟିଏ ମଧ୍ୟମ ଆକାରର ଛଚିନ୍ଦ୍ରା. ୨ ବଡ଼ ଚାମଚ ଲହୁଣୀ, ୨ଟି କଟା କଂଚା ଲଙ୍କା, ୧ ବଡ଼ଚାମଚ କଟା ଧନିଆ, ୧ ଛୋଟ ଚାମଚ କଟା ଅଦା, ଅଧା ଛୋଟ ଚାମଚ ଗୋଲମରିଚ, ୧ ଛୋଟ ଚାମଚ ଜିରା, ୧ ଛୋଟ ଚାମଚ ହଳଦୀ, ୧ ବଡ଼ ଚାମଚ ଧନିଆ ପାଉଡର୍, ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ, ୧ ଛୋଟ ଚାମଚ ଗରମ ମସଲା ଗୁଣ୍ଡ, ୨ଟି ଛୋଟ ଚାମଚ ଦହି, ୧ ବଡ଼ ଚାମଚ ଘିଅ, କ୍ରୀମ୍ ୧ ଚାମଚ,୧ ଛୋଟ ଚାମଚ ଆମଚୁର୍ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଛଚିନ୍ଦ୍ରାକୁ ଭଲ ଭାବେ ଧୋଇ ଚୋପା ବାହାର କରିଦିଅନ୍ତୁ । ଏହାକୁ ଗୋଲ୍ ଆକାରରେ କାଟି ରଖନ୍ତୁ । ଏହାପରେ କୁକରରେ ଘିଅ ଗରମ କରନ୍ତୁ । ଗ୍ୟାସର ଆଂଚକୁ ମଧ୍ୟମରେ ରଖି ସେଥିରେ ଜିରା, ଅଦା, ଗୋଲମରିଚ ଓ କଂଚା ଲଙ୍କା ପକାଇ ଫୁଟଣ କରନ୍ତୁ । ଫୁଟଣ ସରିବା ପରେ ସେଥିରେ ଛଚିନ୍ଦ୍ରା ଓ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ । ଆମଚୁର ଓ ଗରମ ମସଲା ପାଉଡରକୁ ଛାଡ଼ି ଅନ୍ୟସବୁ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଲହୁଣୀ ଓ ୧ ବଡ଼ ଚାମଚ ପାଣି ଦେଇ କୁକରର ଘୋଡ଼ଣୀ ଦେଇଦିଅନ୍ତୁ । ମଧ୍ୟମ ଆଂଚରେ ଗୋଟିଏ ସିଟି ହେବା ପର୍ଯ୍ୟନ୍ତ କୁକ୍ କରନ୍ତୁ । ଗୋଟିଏ ସିଟି ହେବା ପରେ କୁକରର ଢ଼ାଙ୍କୁଣୀ ବାହାର କରି ସେଥିରେ ଦହି, ଆମଚୁର ଓ ଗରମ ମସଲା ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ସର୍ଭିଙ୍ଗ୍ ଥାଳିରେ ଏହାକୁ ରଖି ତା’ ଉପରେ କଟା ଧନିଆ ଓ କ୍ରୀମ୍ ପକାଇ ପରଷନ୍ତୁ ।

Leave a Reply

Your email address will not be published.