ରୋଷେଇ – ମୁଗ ରସବରା

0
32
advertisement

ଆବଶ୍ୟକୀୟ ଜିନିଷ – ୨୦୦ଗ୍ରାମ୍ ମୁଗ, ୨୦୦ ଗ୍ରାମ୍ ଚିନି, ଅଧା ଚାମଚ ଲୁଣ, ୩ ଛୋଟ ଚାମଚ ଗୁଜରାତି ଗୁଣ୍ଡ ଓ ଛାଣିବା ପାଇଁ ତେଲ ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗକୁ ଧୋଇ ୨-୩ ଘଣ୍ଟା ବତୁରାଇ ଦିଅନ୍ତୁ । ଏହାପରେ ମୁଗକୁ ଛାଣି ଦେଇ ଚିକ୍କଣ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ମନେ ରଖନ୍ତୁ ଏଥିରେ ଅଧିକ ପାଣି ଦେବେ ନାହିଁ । ମୁଗପେଷ୍ଟକୁ ଗୋଟିଏ ବାଉଲରେ ବାହାର କରି ସେଥିରେ ଲୁଣ ପକାଇ ୫-୬ ମିନିଟ୍ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏହାକୁ ଢ଼ାଙ୍କୁଣୀ ଦେଇ ରଖିଦିଅନ୍ତୁ । ତା’ପରେ ଚିନି ସିରା ପ୍ରସ୍ତୁତ କରିବା ପାଇଁ କରେଇ ବସାଇ ଚିନି, ଗୁଜରାତି ଗୁଣ୍ଡ ଓ ପାଣି ଦିଅନ୍ତୁ । ଚିନି ସିରାକୁ ଅଧିକ ମୋଟା କିମ୍ବା ପତଳା କରିବେ ନାହିଁ । ଚିନି ସିରା ପ୍ରସ୍ତୁତ ହେବା ପରେ ଆଉ ଏକ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ମୁଗପେଷ୍ଟରୁ ଅଳ୍ପ ଅଳ୍ପ ଆଣି ଗୋଲ ଆକାରରେ ତେଲରେ ପକାଇ ଛାଣନ୍ତୁ । ମୁଗ ବରାଗୁଡ଼ିକ ଛାଣିବା ସମୟରେ ଗ୍ୟାସକୁ ଲୋ ଫ୍ଲେମରେ ରଖିବେ । ନଚେତ୍ ବରାଗୁଡ଼ିକୁ ଉପରୁ ଭଲ ଭାବେ ଭାଜି ହୋଇଯିବା ଭଳି ଲାଗିଲେ ମଧ୍ୟ ଭିତରେ କଂଚା ରହିଯିବ । ମନେରଖନ୍ତୁ ମୁଗ ବରାଗୁଡ଼ିକୁ ଅଧିକ ଲାଲ୍ କରି ଭାଜିବେ ନାହିଁ । ହାଲକା ବାଦାମୀ ରଙ୍ଗ ହୋଇଗଲେ କରେଇରୁ ବାହାର କରିଆଣନ୍ତୁ । ସବୁ ବରାଗୁଡ଼ିକ ଏଭଳି କରିବା ପରେ ଉଷୁମ ଚିନି ସିରାରେ ପକାଇ ପ୍ରାୟ ଦେଢ଼ଘଣ୍ଟା ଭିଜାଇ ରଖନ୍ତୁ । ଏହାପରେ ବରାଗୁଡ଼ିକ ଉପରେ କିଛି ଡ୍ରାଏଫୁଡସ୍ ଗୁଣ୍ଡ ପକାଇ ପରଷନ୍ତୁ ।

LEAVE A REPLY

Please enter your comment!
Please enter your name here