ରୋଷେଇ – ନମକିନ୍ ଆଳୁ ଲଛା

0
25
advertisement

ଆବଶ୍ୟକୀୟ ଜିନିଷ – ୨ଟି ବଡ଼ ଆଳୁ, ୧ ଚାମଚ ଗୋଲମରିଚ ଗୁଣ୍ଡ, ୧ କପ୍ ବାଦାମ୍, ଅଧାକପ୍ ଭୃସଙ୍ଗପତ୍ର, ଛାଣିବା ପାଇଁ ତେଲ, ଅଧା ଚାମଚ ବିଟ୍ ଲୁଣ, ଓ ଅଧା ଚାମଚ ଚାଟ୍ ମସଲା ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇ ରଖନ୍ତୁ । ଏହାପରେ ଏକ କୋରାଣା ଜାଲି ସାହାଯ୍ୟରେ ଆଲୁକୁ କୋରି ପାଣିରେ ପକାନ୍ତୁ । ଏହାପରେ ଆଳୁ କୋରାକୁ ୨-୩ ଥର ଧୋଇ ଛାଣି ଦିଅନ୍ତୁ । ଏକ ସଫା କଟନ୍ କପଡ଼ାରେ ଆଳୁକୁ ପକାଇ ପାଣିକୁ ସମ୍ପୂର୍ଣ୍ଣ ଭାବେ ଶୁଖିବାକୁ ଦିଅନ୍ତୁ । ଏହାପରେ କରେଇରେ ତେଲକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ଗୋଟିଏ ଆଳୁ ପିସ୍ ନେଇ ସେଥିରେ ପକାନ୍ତୁ । ଆଳୁପିସ୍ ଉପରକୁ ଭାସିଆସିଲେ ଜାଣିବେ ତେଲ ଗରମ ହୋଇଯାଇଛି । ଏହାପରେ କିଛି ଆଳୁକୋରାକୁ ନେଇ ତେଲରେ ପକାଇ କ୍ରିସପି ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହିପରି ଭାବେ ସବୁ ଆଳୁ କୋରା ଛାଣିବା ପରେ ବାଦାମକୁ ମଧ୍ୟ ଛାଣନ୍ତୁ । ଛଣା ବାଦାମକୁ ଗୋଟିଏ ଥାଳିରେ ବାହାର କରି ଦିଅନ୍ତୁ । ଗ୍ୟାସ୍ ବନ୍ଦ କରିବା ପରେ ତେଲ ଯେତିକି ଗରମ ଅଛି ସେଥିରେ ଭୃସଙ୍ଗପତ୍ରକୁ ପକାଇ ଛାଣି ନିଅନ୍ତୁ । ଏହାପରେ ଗୋଟିଏ ବଡ଼ ବାଉଲରେ ଛଣା ଆଳୁ କୋରା, ଛଣା ବାଦାମ୍ ଓ ଭୃସଙ୍ଗପତ୍ର ମିଶାଇ ରଖନ୍ତୁ । ଏଥିରେ ଗୋଲମରିଚ ଗୁଣ୍ଡ, ବିଟ ଲୁଣ ଓ ଚାଟ୍ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ନମକିନ୍ ଆଳୁ ଲଛା । ଏହାକୁ ଆପଣ ଗୋଟିଏ ଏୟାର୍ ଟାଇଟ୍ ଡବାରେ ରଖି ପ୍ରାୟ ୧୫-୨୦ ଦିନ ପର୍ଯ୍ୟନ୍ତ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here