ରୋଷେଇ- ରଜ ପାଇଁ ସ୍ପେଶାଲ୍ ପାଳୁଅ ବର୍ଫି

ଆବଶ୍ୟକୀୟ ଜିନିଷ – ପ୍ରଥମେ ଭଲ ପାଳୁଅ ୨ କପ୍, ଖିର ୪ କପ୍, ଚିନି ୨ କପ୍, କାଜୁ, କିସମିସ୍ ଓ କଟା ପିସ୍ତା ଅଧାକପ୍, ୧ ଚାମଚ ଘିଅ, ଗୁଜରାତି ଗୁଣ୍ଡ ୧ ଚାମଚ ଓ ଅଳ୍ପ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଳୁଅକୁ ବତୁରାଇ ଭଲ ଭାବେ ଧୋଇ ଛାଣିନିଅନ୍ତୁ । ଏକ ପ୍ୟାନ୍ ବସାଇ ସେଥିରେ ଅଳ୍ପ ଘିଅ ଦେଇ କାଜୁ କିସମିସ୍, ପିସ୍ତାକୁ ଭଲ ଭାବେ ଭାଜନ୍ତୁ । ଏହାପରେ ଖିର ଗରମ କରିନିଅନ୍ତୁ । ଖିର ସମ୍ପୂର୍ଣ୍ଣ ଫୁଟିବା ପରେ ଗ୍ୟାସର ଆଂଚକୁ କମ୍ କରିଦେଇ ସେଥିରେ ଚିନି, କାଜୁ କିସମିସ୍, ପିସ୍ତା ଓ ଗୁଜରାତି ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାପରେ ପାଳୁଅକୁ ଅଳ୍ପ ଅଳ୍ପ କରି ଖିରରେ ପକାଇ ଘାଣ୍ଟନ୍ତୁ । ଘାଣ୍ଟିବା ସମୟରେ ଜମାରୁ ହାତ ଛାଡ଼ିବେ ନାହିଁ । କାରଣ ଏହା ଗୋଟା ଗୋଟା ରହିଥିବାର ଭୟ ଥାଏ । ଗାଢା ପେଷ୍ଟ୍ ହୋଇଆସିବା ଏବଂ ସେଥିରୁ ବବୁଲସ୍ ବାହାରିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହାପରେ ଗ୍ୟାସରୁ ଓହ୍ଲାଇ ଦେଇ ଏକ ବଡ଼ ଷ୍ଟିଲ୍ ଥାଳିରେ ଘିଅ ଲଗାଇ ଏହି ପେଷ୍ଟକୁ ଢାଳନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଛୋଟ ଛୋଟ ଚାରକଣିଆ ପିସ୍ କରି କାଟନ୍ତୁ ଏବଂ ସେଥିରେ ଆଉ କିଛି ଡ୍ରାଏ ଫୁଡସରେ ଗାର୍ଣ୍ଣିସିଙ୍ଗ୍ କରି ପରଷନ୍ତୁ । ଯଦି ଆପଣ ଅଧିକ ମିଠା ଚାହୁଁଛନ୍ତି ତାହେଲେ ଆପଣ ଚିନିର ପରିମାଣ ଅଧିକ ନେଇପାରିବେ ।

Leave a Reply

Your email address will not be published.