ରୋଷେଇ – ବର୍ଷାଦିନରେ ବନାନ୍ତୁ ଚଟପଟି ମେକ୍ସିକାନ୍ ସୁପ୍

ଆବଶ୍ୟକୀୟ ଜିନିଷ – ୧ କପ୍ ଟମାଟ ପ୍ୟୁରି, ପତ୍ରକୋବି, କ୍ୟାପସିକମ୍ ଓ ଗାଜର କଟା ମିଶି ୧ କପ୍, ସିଝା ପାସ୍ତା ୧ କପ୍, ୨-୩ଟି ରସୁଣ କୋଲା, ୧ ଛୋଟ ଚାମଚ ଭିନେଗାର୍, ଅଲିଭ୍ ଅଏଲ୍ ୧ ଛୋଟ ଚାମଚ, ଟମାଟ ସସ୍ ୧ ବଡ଼ ଚାମଚ, କୁଟା ହୋଇଥିବା ଶୁଖିଲା ଲଙ୍କା ୧ ଛୋଟ ଚାମଚ, ଭେଜିଟେବୁଲ୍ ଷ୍ଟକ୍ ୩-୪ ବଡ଼ ଚାମଚ, କଟା ଧନିଆ ପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ପ୍ୟାନରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ରସୁଣକୁ ଭାଜନ୍ତୁ । ଏହାପରେ ସବୁ ପରିବା ପକାଇ ୨-୩ ମିନିଟ୍ ଭାଜନ୍ତୁ । ଟମାଟ ପ୍ୟୁରି, ଭେଜିଟେବୁଲ୍ ଷ୍ଟକ୍, ଲୁଣ ଓ ସିଝା ପାସ୍ତା ପକାଇ ଘୋଡ଼ଣୀ ଦେଇ ୫-୭ ମିନିଟ୍ କୁକ୍ କରନ୍ତୁ । ଏହାପରେ ଘୋଡ଼ଣୀ ବାହାର କରି ଟମାଟ ସସ୍, କୁଟା ହୋଇଥିବା ଶୁଖିଲା ଲଙ୍କା ଓ ଭିନେଗାରି ପକାଇ ଭଲ ଭାବେ ମିଶାନ୍ତୁ । ଏହାକୁ ଆଉ ୨-୩ ମିନିଟ୍ ଚଲାଇ କୁକ୍ କରନ୍ତୁ । ପ୍ରସ୍ତୁତ ହୋଇଗଲା ଚଟପଟା ମେକ୍ସିକାନ୍ ସୁପ୍ । ଏହା ଉପରେ କିଛି ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published.