ରୋଷେଇ – ଅଖରୋଟ୍ ଚଟଣୀ

ଆବଶ୍ୟକୀୟ ଜିନିଷ – ଦେଢ଼ ବଡ଼ ଚାମଚ ଅଖରୋଟ୍ ଖଣ୍ଡ, ଦେଢ଼ ବଡ଼ ଚାମଚ ଦହି, ଦେଢ଼ ବଡ଼ ଚାମଚ ଭଜା ଜିରା, ଗୋଟିଏ କଟା କଞ୍ଚା ଲଙ୍କା, ୯ଟି ଭଜା ରସୁଣ କୋଲା, ୧ ଚୁଟକି କଳା ଲୁଣ, ୨ ଚାମଚ ତେଲ, ଗୋଟିଏ ଶୁଖିଲା ଲଙ୍କା, ୧/୨ ଚାମଚ ପଞ୍ଚ ଫୁଟଣ, କିଛି କଟା ଧନିଆ ପତ୍ର ଓ ସାଧାରଣ ଲୁଣ ସ୍ୱାଦ ଅନୁଯାୟୀ ।


ପ୍ରସ୍ତୁତି ପ୍ରଣାଳୀ – ଏକ ମିକ୍ସର୍ ବାଉଲରେ ଅଖରୋଟ୍, ଦହି, କଞ୍ଚା ଲଙ୍କା, ରସୁଣ, କଳା ଲୁଣ, ଅଳ୍ପ ଜିରା ଓ ଅଳ୍ପ ପାଣି ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରିନିଅନ୍ତୁ ।ଏ ଏହି ପେଷ୍ଟକୁ ବାହାର କରି ରଖନ୍ତୁ । ଏହାପରେ କରେଇ ବସାଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଶୁଖିଲା ଲଙ୍କା ଓ ପଞ୍ଚଫୁଟଣ ଦେଇ ଛୁଙ୍କ କରନ୍ତୁ । ଛୁଙ୍କ ହେବା ପରେ ସେଥିରେ ଅଖରୋଟ୍ ପେଷ୍ଟକୁ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ କିଛି ସମୟ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଗୋଟିଏ ଘୋଡଣୀ ଦେଇ ୨-୩ ମିନିଟ୍ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ଅଖରୋଟ୍ ଚଟଣୀ । ଏହାକୁ ଏକ ପ୍ଲେଟରେ ବାହାର କରିଦିଅନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଏହା ଉପରେ କିଛି କଟା ଧନିଆ ପତ୍ର ଓ ଭଜା ଜିରାକୁ ପକାଇ ପରଷନ୍ତୁ । ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବେଶ୍ ଲାଭପ୍ରଦ । ତେଣୁ ଏହି ଚଟଣୀକୁ ଆପଣ ଭାତ ଓ ରୁଟି ବ୍ୟତୀତ ଜାମ୍ ଓ ଜେଲି ଭଳି ଟୋଷ୍ଟରେ ମଧ୍ୟ ଲଗାଇ ଖାଇପାରିବେ ।

Leave a Reply

Your email address will not be published.