ରୋଷେଇ – କର୍ଣ୍ଣ୍ ବିରିୟାନି

ଆବଶ୍ୟକୀୟ ଜିନିଷ – ଦେଢ଼ କପ୍ ସୁଇଟ୍ କର୍ଣ୍ଣ୍, ୩ କପ୍ ବାସୁମତି ଚାଉଳ, ୨ଟି ବଡ଼ କଟା ପିଆଜ, ୩ଟି କଟା ଟମାଟ, ୧ ଟେବୁଲସ୍ପୁନ୍ ଅଦା-ରସୁଣ ପେଷ୍ଟ୍, ୩ଟି କଟା କଂଚା ଲଙ୍କା, ୪ ଟେବୁଲସ୍ପୁନ୍ ଘିଅ. ୨୦୦ ଗ୍ରାମ୍ ଦହି, ୭୫୦ମିଲି ପାଣି, ୧/୪ ଟିସ୍ପୁନ୍ ହଳଦୀ ପାଉଡର୍, ୧/୪ କପ୍ କଟା ଧନିଆପତ୍ର, ୧/୪ କପ୍ ମିଣ୍ଟ୍ ପତ୍ର, ଲବଙ୍ଗ, ଅଳେଇଚ ଓ ଡାଲଚିନି ଗୋଟିଏ ଚାମଚ, ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଚାଉଳକୁ ଅଧଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ରଖନ୍ତୁ । ଏହାପରେ ପାଣିରୁ ଛାଣି ଚାଉଳକୁ ରଖନ୍ତୁ । ଗୋଟିଏ ବଡ଼ କରେଇରେ ଘିଅକୁ ଗରମ କରନ୍ତୁ । ସେଥିରେ ଅଳେଇଚ, ଡାଲଚିନି ଓ ଲବଙ୍ଗ ପକାଇ ୧-୨ ମିନିଟ୍ ଚଳାଇବା ପରେ ଅଦା-ରସୁଣ ପେଷ୍ଟ୍ ଓ ଟମାଟ ପକାଇ କିଛି ସମୟ ଭାଜନ୍ତୁ । ସେଥିରେ କଂଚା ଲଙ୍କା ଧନିଆ ଓ ମିଣ୍ଟ୍ ପତ୍ର ପକାଇ କିଛି ସମୟ ଚଲାଇବା ପରେ ବାହାର କରି ଆଣନ୍ତୁ । ଏହି ମସଲା ସହିତ ମକାଦାନା, ହଳଦି ହଦି ଓ ଲୁଣକୁ ମିଶାଇ ଲକ ଗାଢ଼ା ଗ୍ରେଭି ପ୍ରସ୍ତୁତ କରି ତାହାକୁ ପାଣି ଓ ଚାଉଳ ସହିତ ମିଶାଇ ପ୍ରେସର୍ କୁକରରେ ପକାନ୍ତୁ । ବିରିୟାନି ହୋଇଯିବା ପରେ ତାହା ଉପରେ ଆଉ କିଛି ଧନିଆପତ୍ର ରଖି ସର୍ଭ କରନ୍ତୁ ।

Leave a Reply

Your email address will not be published.