ରୋଷେଇ – ପିଆଜ ତନ୍ଦୁରି

ଆବଶ୍ୟକୀୟ ଜିନିଷ – ୮ଟି ମିଡିୟମ୍ ସାଇଜର୍ ପିଆଜ, ସୋରିଷ ତେଲ ୫-୬ ବଡ଼ ଚାମଚ, ୧ ଚାମଚ ପାନମଧୁରୀ, ୧ ଚାମଚ ସୋରିଷ, ୫୦-୬୦ ଗ୍ରାମ୍ ଆଚାର ମସଲା, ୧୦୦ ଗ୍ରାମ୍ ବେସନ, ୩୦ ଗ୍ରାମ୍ କର୍ଣ୍ଣଫ୍ଲୋର୍, ୨ ଚାମଚ ଲେମ୍ବୁ ରସ, ଅଧା କପ୍ କଟା ଧନିଆପତ୍ର, ୪୦୦ ଗ୍ରାମ୍ ଗାଢ଼ା ଦହି, ୧ ଟେବୁଲସ୍ପୁନ୍ ଅଦା-ରସୁଣ ପେଷ୍ଟ୍, ୧ ଟେୁବଲସ୍ପୁନ୍ ଲଙ୍କା ପାଉଡର୍, ୧ ଟିସ୍ପୁନ୍ ମେଥି ପାଉଡର୍, ୧ ଟିସ୍ପୁନ୍ ଗରମ ମସଲା, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ସବୁ ପିଆଜର ଚୋପା ଛଡ଼ାଇ ପ୍ରତ୍ୟେକ ପରସ୍ତକୁ ଅଲଗା ଅଲଗା କରି ରଖନ୍ତୁ । ଗୋଟିଏ ପ୍ୟାନରେ କିଛି ତେଲ ଗରମ କରନ୍ତୁ ଏବଂ ସେଥିରେ ସୋରିଷ ଓ ପାନମଧୁରୀ ପକାଇ ଫୁଟଣ କରନ୍ତୁ । ଆଉ ଗୋଟିଏ ବଡ଼ ପିଆଜକୁ ଛୋଟ ଛୋଟ କାଟି ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ଆଚାର ମସଲା ପକାଇ ଭଲ ଭାବେ ଗୋଳାନ୍ତୁ ଏବଂ ଗୋଟିଏ ଥାଳିରେ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ସେହି ମସଲାକୁ ପ୍ରତି ପିଆଜରେ ଭରି ରଖନ୍ତୁ । ବେସନ, କର୍ଣ୍ଣଫ୍ଲୋର୍, ଲୁଣ, ଲେମ୍ବୁ ରସ, କଟା ଧନିଆ, ଅଦା-ରସୁଣ ପେଷ୍ଟ୍, ଲଙ୍କା ପାଉଡର୍ ଓ ହଦିକୁ ମିଶାଇ ଭଲ ଭାବେ ଗୋଳାନ୍ତୁ । ଏହି ବେସନ ପେଷ୍ଟରେ ପିଆଜଗୁଡ଼ିକୁ ଭିଜାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ମେରିନେଟ୍ କରାଯାଇଥିବା ପିଆଜଗୁଡ଼ିକୁ ଗ୍ରିଲ୍ କିମ୍ବା ତନ୍ଦୁରୀରେ ରଖି ରୋଷ୍ଟ୍ କରନ୍ତୁ । ଏହାକୁ କୁଡ଼କୁଡ଼ିଆ ହେବା ପର୍ଯ୍ୟନ୍ତ କୁକ୍ କରନ୍ତୁ ।

Leave a Reply

Your email address will not be published.