ରୋଷେଇ – ଅଣ୍ଡା ବରା

ଆବଶ୍ୟକୀୟ ଜିନିଷ – ୩ଟି ସିଝା ଅଣ୍ଡା, ୩ଟି ଛୋଟ ସିଝା ଆଳୁ, ଗୋଟିଏ ଟମାଟ, ଗୋଟିଏ ବଡ଼ ପିଆଜ, ଧନିଆ ପତ୍ର ଅଧା କପ୍, କଂଚା ଲଙ୍କା ଗୋଟିଏ, ବେସନ ୨ ଚାମଚ, ୧ ଚାମଚ ଗରମ ମସଲା, ୧ ଚାମଚ ଧନିଆ ପାଉଡର୍, ୧ ଚାମଚ ଜିରା ପାଉଡର୍, ୧/୨ ଚାମଚ ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସିଝା ଅଣ୍ଡାକୁ ଦୁଇଫାଳ କରିନିଅନ୍ତୁ । ଏହାପରେ କେଶର ଅଂଶକୁ ବାହାର କରି ଅଲଗା ରଖିଦିଅନ୍ତୁ । ଏହାପରେ ଅଣ୍ଡାକୁ ଛୋଟ ଛୋଟ ଖଣ୍ଡ କରି କାଟିନିଅନ୍ତୁ । ଗୋଟିଏ ବଡ଼ ବାଉଳରେ ସିଝା ଆଳୁକୁ ଚକଟି ରଖନ୍ତୁ । ସେଥିରେ ଅଣ୍ଡା, ଗରମ ମସଲା, ଜିରା ପାଉଡର୍, ଧନିଆ ପାଉଡର୍, ହଳଦୀ ଗୁଣ୍ଡ ଓ ଅନ୍ୟ ସବୁ ଜିନିଷ ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଯଦି ଅଧିକ ଶୁଖିଲା ହୋଇଯାଏ, ତେବେ ହାଲକା ପାଣି ସିଞ୍ଚି ଦିଅନ୍ତୁ । ଏହାକୁ ଘୋଡ଼ଣୀ ଦେଇ ୧୦-୧୫ ମିନିଟ୍ ରଖନ୍ତୁ । ଏହାପରେ ପ୍ୟାନରେ ୩-୪ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଏହି ମିଶ୍ରଣକୁ ଆଣି ବରା ଭଳି କରି ପ୍ୟାନରେ ପକାନ୍ତୁ । (ଏହା ଅଳ୍ପ ତେଲରେ ପ୍ରସ୍ତୁତ ହୋଇଯିବ । ତେଣୁ ଏହାକୁ ଅଧିକ ତେଲ ଦେଇ ବରା ଭଳି ଛାଣିବା ଆବଶ୍ୟକ ନାହିଁ) । ବରାର ଗୋଟିଏ ପଟ ଲାଲ୍ ହୋଇଯିବା ପରେ ତାହାକୁ ଓଲଟାଇ ଦେଇ ହାଲକା ତେଲ ଦିଅନ୍ତୁ । ବରାର ଦୁଇପଟକୁ ଭଲ ଭାବେ ଭାଜନ୍ତୁ । ସବୁ ବରାକୁ ଏଭଳି କରନ୍ତୁ । ପ୍ରସ୍ତୁତ ହୋଇଗଲା ଅଣ୍ଡା ବରା । ଏହାକୁ ଟମାଟ ଓ ପୁଦିନା ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published.