ରୋଷେଇ – କ୍ରିମି ମସରୁମ୍ ପାସ୍ତା

ଆବଶ୍ୟକୀୟ ଜିନିଷ- ୨୫୦ ଗ୍ରାମ୍ ପାସ୍ତା, ୧/୨ କପ୍ କଟା ଛତୁ, ୧ କପ୍ ଖିର, ୨-୩ଟି ରସୁଣ କୋଲା, ୩ ବଡ଼ ଚାମଚ କୋରା ଚିଜ୍, ୧/୩ କପ୍ ବ୍ରେକୋଲି, ୨ ବଡ଼ ଚାମଚ ତେଲ, ୧ ଚାମଚ ଜୁଆଣୀ, ଅଧା ଚାମଚ ଗୋଲମରିଚ ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବଡ଼ କରେଇରେ ଅଧିକ ପାଣି ନିଅନ୍ତୁ । ସେଥିରେ କିଛି ବୁନ୍ଦା ତେଲ ଓ ପାସ୍ତା ପକାଇ ଭଲ ଭାବେ ସିଝାନ୍ତୁ । ସିଝିବା ପରେ ସେଥିରୁ ପାଣିକୁ ଛାଣି ପାସ୍ତାକୁ ଅଲଗା ରଖନ୍ତୁ । ମିଡିୟମ୍ ଫ୍ଲେମରେ ପ୍ୟାନକୁ ଗରମ କରି ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଛତୁ ଓ ରସୁଣ ପକାନ୍ତୁ । କିଛି ସମୟ ଭାଜିବା ପରେ ସେଥିରେ ବ୍ରେକୋଲି, ଲୁଣ ଓ ଗୋଲମରିଚ ପାଉଡର୍ ପକାଇ କୁକ୍ କରନ୍ତୁ । ଏହାପରେ ପାସ୍ତାରେ ଖିର ଓ ଚିଜ୍ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ପାସ୍ତାରେ ଏହି ସବୁ ଭାଜିଥିବା ଜିନିଷ ପକାଇ ଗୋଳାନ୍ତୁ ଏବଂ ଗରମ ଗରମ ସର୍ଭ କରନ୍ତୁ ।

Leave a Reply

Your email address will not be published.