ରୋଷେଇ – ଚଣାଡାଲି ହାଲୁଆ

ଆବଶ୍ୟକୀୟ ଜିନିଷ – ଅଧା କପ୍ ଚଣାଡାଲି, ଅଧା କପ୍ ଖିର, ୩-୪ଟି ଅଳେଇଚ, ଅଧା କପ୍ ଘିଅ, ଅଧା କପ୍ ଚିନି, ଅଳ୍ପ ବାଦାମ୍


ପ୍ରସ୍ତୁତି ପ୍ରଣାଳୀ – ଚଣାଡାଲିକୁ ଭଲଭାବେ ଧୋଇ ଗୋଟିଏ ରାତି ଭିଜିବାକୁ ଦିଅନ୍ତୁ । ସକାଳେ ଡାଲିକୁ ଛାଣି ମିକ୍ସର୍ ଜାରରେ ପକାନ୍ତୁ । ଏହା ସହିତ ବାଦାମକୁ ଛୋଟ ଛୋଟ ଗୁଣ୍ଡ କରି ମିଶାଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ଏହାପରେ ପ୍ୟାନକୁ ବସାଇ ଘିଅକୁ ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ ଚଣାଡାଲିର ପେଷ୍ଟକୁ ପକାଇ ଭଲ ଭାବେ ଗୋଳାନ୍ତୁ ଏବଂ ହାଲ୍କା ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଗ୍ୟାସର ଆଂଚକୁ ସମ୍ପୂର୍ଣ୍ଣ ଲୋ ମିଡିୟମରେ ରଖିଦିଅନ୍ତୁ । ଏହାପରେ ଖିରକୁ ଗରମ କରନ୍ତୁ । ସେଥିରେ ଚିନି, ଗୁଜରାତି ଓ ଡାଲଚିନି ମିଶାନ୍ତୁ । ଖିର ଭଲ ଭାବେ ଫୁଟିବା ପରେ ତାହାକୁ ଚଣାଡାଲି ପେଷ୍ଟରେ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଖିର ହାଲୁଆରେ ନ ଶୁଖିବା ପର୍ଯ୍ୟନ୍ତ ହାତ ଛାଡ଼ନ୍ତୁ ନାହିଁ । କିଛି ସମୟ ପରେ ଦେଖନ୍ତୁ ଏହା ଯେପରି କରେଇରେ ଲାଗିବ ନାହିଁ । ତେବେ ଜାଣିବେ ପ୍ରସ୍ତୁତ ହୋଇଗଲା ଚଣାଡାଲି ହାଲୁଆ । ଏହାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହା ଉପରେ ଆଉ କିଛି ବାଦାମ୍ ଦେଇ ପରଷନ୍ତୁ ।

Leave a Reply

Your email address will not be published.