ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ

କାମ ହାସଲ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀମାନଙ୍କ ସହଯୋଗ ପାଇବେ । ପରିବାର ସଗ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ପରିବାର ପାଇଁ ପରିସ୍ଥିତି ବଶତଃ ଧାର କରଜ କରି କାମ ଚଳାଇ ନେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ବୃଷ

କର୍ମକ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବ । ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଦୂର ସ୍ଥାନରେ ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
କର୍ମଜୀବ- ଟ୍ରାନସ୍‌ଫର ହୋଇପାରେ ।
ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଆର୍ôଥକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ମିଥୁନ

ଆକସ୍ମିକ ଭାବରେ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସମ୍ମୁଖରେ ନିଜର ମନକଥା ପ୍ରକାଶ କରିପାରିବେ ନାହିଁ । ପାରିବାରିକ ଦିଗରୁ ଭୋଗ ବିଳାସରେ ବାଧାବିଘ୍ନ ଘଟିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କର୍କଟ

ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଆବଶ୍ୟକତା ଅନୁଯାୟୀ ଆଜି ପରିବାର ପାଇଁ ମନଲାଖି ଜିନିଷ ଗୁଡାଏ କିଣିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବିଜୟୀ ହେବେ ।
କର୍ମଜୀବ- ସୁ ସମ୍ବାଦ ପାଇବେ ।
ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।

ସିଂହ

ଅଧିକାଂଶ ସମୟ ଗୁରୁଜନଙ୍କ ସ୍ୱାସ୍ଥ୍ୟ ସକାଶେ ଚିନ୍ତିତ ରହିବେ । ବନ୍ଧୁଙ୍କୁ ବହୁତ କଥା କହିବାକୁ ଇଚ୍ଛାଥିଲେ ମଧ୍ୟ କିଛି କହି ପାରିବେ ନାହିଁ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା

ଆକସ୍ମିକ ଭାବରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚବାର ସମ୍ଭାବନା ରହିଛି । ବହୁତ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୫ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
କର୍ମଜୀବି- ସରକାରୀ ସ୍ତରରୁ ଲାଭ ଉଠାଇବେ ।
ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- କର୍ମ ଲାଭଜନକ ହେବ ।

ତୁଳା

ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ । ଆକସ୍ମିକ ଆଗନ୍ତୁକ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଚାକିରିରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।
ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ବିଛା

ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରୁ ଫେରିବାରେ ବିଳମ୍ବ ଘଟିବ । ଭଡାଟିଆମାନଙ୍କ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ । ପାରସ୍ପରିକ ବୁଝାମଣା ହେତୁ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ- ଆର୍ôଥକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ ।

ଧନୁ

ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସକାଶେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ । ବନ୍ଧୁ ଗହଣରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ । ଯେକୌଣସି ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି- କାର୍ଯ୍ୟରେ ସଫଳ ହେବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର

ଆଜି ଦିନଟିରେ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । କଥା କହିବା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ । ପରିବାର ସହ ଆକସ୍ମିକ ଭାବରେ ସୁଖଭ୍ରମଣ ଯୋଗ ରହିଛି । ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଗୃହିଣୀ- ନିସ୍ୱାର୍ଥ ପର ଭାବେ ସେବା କରିବେ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
କର୍ମଜୀବ- ସୁ ସମ୍ବାଦ ପାଇବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।
ଚାଷୀ- ସତର୍କରେ ଚାଳନ୍ତୁ ।

କୁମ୍ଭ

ସହମତି ଭିତ୍ତିରେ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ବନ୍ଧୁମାନଙ୍କ ସହାୟତାରେ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ପାଖରେ ଥିବା ଲିକଟିର କାର୍ଯ୍ୟ କଳାପ ସନ୍ଦେହଜନକ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଗ୍ରହଣ କରିବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

ମୀନ

କର୍ମକ୍ଷେତ୍ରରେ ନକାରତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରିବ ନାହିଁ । ବିଶେଷଭାବରେ ଆଜି ରାଜନୀତିରେ, ସଂଗଠନରେ, ସଭାସମିତିରେ ଆଶା ଜନକ ଫଳ ପାଇବେ । ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published.