ଗିରଫ ହୋଇପାରନ୍ତି ଅନୁରାଗ କାଶ୍ୟପ, ବିରୋଧରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ, (ଓଡିଶା ଟାଇମ୍) : ଅନୁରାଗ କଶ୍ୟପଙ୍କ ବିରୋଧରେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି। ମୁମ୍ବାଇ  ବିକ୍ରୋଲି ଥାନାରେ ଅଭିନେତ୍ରୀ ଏ ନେଇ ଏତଲା ରୁଜୁ କରିଥିବାବେଳେ ୨୦୧୩ ମସିହାରେ କଶ୍ୟପ ତାଙ୍କ ପ୍ରତି ବର୍ସୋବା ୟେରି ରୋଡର ଏକ ସ୍ଥାନରେ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି।

କଳାକାରଙ୍କ ଅଭିଯୋଗ ପରେ ପୋଲିସ ଖୁବଶୀଘ୍ର କାଶ୍ୟପଙ୍କୁ ପଚରାଉଚରା ଲାଗି ଥାନାକୁ ଡକାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଛଡା ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ ମଧ୍ୟ କରିପାରେ। ଅଭିନେତ୍ରୀଙ୍କ ଓକିଲ ବୁଧବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ ଦୁଷ୍କର୍ମ ଓ ଦୁର୍ବ୍ୟବହାର ଆଦି ଧାରାରେ ମୋକଦ୍ଦମା ରୁଜୁ କରାଯାଇଥିବାର କହିଛନ୍ତି।

ଅଭିନେତ୍ରୀଙ୍କ ସହ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ କାଶ୍ୟପ ବମ୍ବେ ଭେଲଭେଟ୍ ଲାଗି କାର୍ଯ୍ୟ କରୁଥିଲେ।  ରଣବୀର କପୁରଙ୍କ ସହ ଅଭିନୟ କରିବାକୁ ପ୍ରାୟ ଅଭିନେତ୍ରୀ ଆଗ୍ରହୀ ଥିଲେ। ଏହାର ଫାଇଦା ନେଇ କଶ୍ୟପ ତାଙ୍କ ପ୍ରତି ଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି। ତେବେ ପ୍ରଯୋଜକ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ଅଭିଯୋଗକୁ ନିରାଧାର କହିଛନ୍ତି।

Leave a Reply

Your email address will not be published.