ରଣବୀର୍-ଆଲିଆ ଲୁଚିଛପି ବିବାହ କରିସାରିଛନ୍ତି କି? ବିବାହ ଫଟୋ ଭାଇରାଲ୍

ବି ଟାଉନର ହଟ୍ ଓ ରୋମାଣ୍ଟିକ୍ ବାର୍ଡ଼ ଆଲିଆ ଓ ରଣବୀରଙ୍କ ବିବାହ ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଛାଇ ରହିଛି । ଏହି ହଟ୍ ଯୋଡ଼ି ଲୁଚିଛପି ବିବାହ କରିସାରିଛନ୍ତି ବୋଲି ଏବେ ସବୁଆଡ଼େ ଚର୍ଚ୍ଚା । ଭାଇରାଲ୍ ହୋଇଥିବା ଫଟୋକୁ ଦେଖିବା ପରେ ଅନେକ ପ୍ରଶଂସକ ଯୋଡ଼ିଙ୍କୁ ବିବାହର ଶୁଭକାମନା ମଧ୍ୟ ଜଣାଇ ସାରିଛନ୍ତି । କିନ୍ତୁ କହିରଖୁଛୁ ପ୍ରକୃତରେ ଏହି ଦୁଇ ତାରକା ହାତକୁ ଦି ହାତ ହୋଇନାହାନ୍ତି । ଏଭଳି ଏକ ଫଟୋ ପଛରେ ରହିଥିବା ଅସଲ ରହସ୍ୟଟି ହେଉଛି ଉଭୟଙ୍କ ଜଣେ ଜବରା ଫ୍ୟାନ୍ ଫଟୋସପ୍ ସଫ୍ଟୱେୟାର୍ ଦ୍ୱାରା ଏଭଳି କାରନାମା କରିଛନ୍ତି ।

ନିକଟରେ ଆଲିଆ ‘ମାନ୍ୟବର’ ପାଇଁ ଫଟୋ ସୁଟ୍ କରିଥିଲେ । ସେଥିରେ ଆଲିଆଙ୍କୁ ବୋହୁ ବେଶରେ ଦେଖିବାକୁ ମିଳିଥିଲା । ଏହି ବିଜ୍ଞାପନରୁ ଆଲିଆଙ୍କର ଗୋଟିଏ ଷ୍ଟିଲ୍ ଫଟୋ ନେଇ ପ୍ରଶଂସକ ଜଣକ ଫଟୋସପରେ ରଣବୀର୍ଙ୍କ ଫଟୋ ସହିତ ତାହାକୁ ଯୋଡ଼ି ଦେଇଥିଲେ । ଏହି ଲଭବାର୍ଡ଼ଙ୍କୁ ବିବାହିତ ଯୋଡ଼ି ଭାବେ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ରହିଥିବା ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଥାଇ ପାରେ ବୋଲି ସିନେ ପଣ୍ଡିତ ମହଲରେ ଚର୍ଚ୍ଚା ହେଉଛି । କାରଣ ଯାହାକିଛି ହେଉ ନା କାହିଁକି, ଚଳିତବର୍ଷର ଚର୍ଚ୍ଚିତ ଫଟୋ ତାଲିକାରେ ଏହା ସାମିଲ୍ ହେବା ସହ ଆଲିଆ ଓ ରଣବୀରଙ୍କ ବାହାଘର ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ପ୍ରଶଂସକଙ୍କ ପାଇଁ ଏହା କିଛି ପରିମାଣରେ ଆଶ୍ୱସ୍ତି ନେଇଆସିଛି ।

Leave a Reply

Your email address will not be published.