ନ୍ୟୁୟର୍କରୁ ଛୁଟି କଟାଇ ଫେରିଲେ ରଣବୀର୍ ଓ ଆଲିଆ

ଅନସ୍କ୍ରୀନ୍ ଓ ଅଫସ୍କ୍ରୀନର ଲଭବାର୍ଡ଼ ରଣବୀର୍ କପୁର୍ ଓ ଚୁଲବୁଲି ଆଲିଆ ନ୍ୟୁୟର୍କରୁ ଛୁଟି କଟାଇ ମୁମ୍ବାଇ ଫେରିଛନ୍ତି । ମୁମ୍ବାଇ ଏୟାରପୋର୍ଟ ଠାରେ ଏହି ରୋମାଣ୍ଟିକ୍ ଯୋଡ଼ିକୁ ସ୍ପଟ୍ କରାଯାଇଥିଲା । ସେମାନେ ଏକ ସର୍ଟ ଆଣ୍ଡ୍ ଲଭଲି ଭେକେସନ୍ ପାଇଁ ନ୍ୟୁୟର୍କ ଯାଇଥିଲେ । ପ୍ରକୃତ ଖବର ହେଉଛି ଯେ କିଛିଦିନ ପୂର୍ବରୁ ‘ବ୍ରହ୍ମାସ୍ତ୍ର ୨’ର ସୁଟିଂ ବାରାଣାସୀରେ ହେଉଥିଲା । ବାରଣାସୀର ଅସହ୍ୟ ଗରମ ଯୋଗୁଁ ଏହି ଯୋଡ଼ି ବଡ଼ କଷ୍ଟରେ ସୁଟିଂ ସାରିଥିଲେ । କିନ୍ତୁ ସୁଟିଂ ସରିବା ସଙ୍ଗେ ସଙ୍ଗେ ସେମାନେ ଛୁଟି କଟାଇବା ପାଇଁ ନ୍ୟୁୟର୍କ ଯିବେ ବୋଲି ପ୍ଲାନିଙ୍ଗ୍ କରିସାରିଥିଲେ ।

ନ୍ୟୁୟର୍କ ପହଞ୍ଚିବା ପରେ ସେମାନେ ସେଠାରେ ଋଷି କପୁର, ମା’ ନିତୁ ସିଂ, ଭଉଣୀ ରିଦ୍ଧିମା ଓ ଭିଣୋଇ ଭରତ ସାହାନିଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ପୁରା ପରିବାର ଏହି ଛୁଟିକୁ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା । ଛୁଟି କଟାଇବା ପରେ ରଣବୀର୍ ଓ ଆଲିଆ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ଖୁବ୍ ଶୀଘ୍ର ଫିଲ୍ମର ବାକିଥିବା ସୁଟିଂ ଆରମ୍ଭ ହେବ । କରଣ ଜୋହରଙ୍କ ‘ବ୍ରହ୍ମାସ୍ତ୍ର’ ଆଗାମୀ ଡିସେମ୍ବର ମାସ ୨୦ ତାରିଖରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.