କାଶୀ ବିଶ୍ୱନାଥ ମନ୍ଦିରରେ ରଣବୀର୍-ଆଲିଆ

କରଣ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ଡେଟକୁ ଅନେକ ଦିନ ବାକି ଥିବାବେଳେ ‘ବ୍ରହ୍ମାସ୍ତ୍ର୨’ର ସୁଟିଂ ଆରମ୍ଭ ହେବ ବୋଲି ଖବର ମିଳିଥିଲା । ଖବର ଅନୁଯାୟୀ ଏବେ ବନାରସରେ ଏହାର ସୁଟିଂ ଜୋରସୋରରେ ଚାଲିଛି । ସୁଟିଂର ବ୍ୟସ୍ତତା ମଧ୍ୟରୁ ଟାଇମ୍ ବାହାର କରି ରଣବୀର୍ ଓ ଆଲିଆ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି । ଅନସ୍କ୍ରୀନର ଏହି ହିଟ୍ ଯୋଡ଼ିକୁ ମନ୍ଦିରରେ ଦେଖିବା ମାତ୍ରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସଙ୍ଗେ ସଙ୍ଗେ ଅନେକ ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ୍ ହୋଇଥିଲା ।

କିଛି ଦିନ ପୂର୍ବରୁ ଗଙ୍ଗା ତଟରେ ଫିଲ୍ମର ଆଉ କିଛି ଦୃଶ୍ୟର ସୁଟିଂ ହେଉଥିବା ସମୟରେ ଦେଖଣାହାରୀ ଓ ପ୍ରଶଂସକଙ୍କ ଭିଡ଼ ଅସହ୍ୟ ହୋଇପଡ଼ିଥିଲା । ସ୍ଥାନୀୟ ଲୋକ ଓ ବାଉନ୍ସର୍ସର୍ ମଧ୍ୟରେ ହାତାହାତିର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆହୁରି ୨୦ ଦିନ ପର୍ଯ୍ୟନ୍ତ ବନାରସରେ ସୁଟିଂ ଚାଲୁରହିବ । ଅୟାନ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏବଂ କରଣ ଜୋହରଙ୍କ ପ୍ରଯୋଜିତ ‘ବ୍ରହ୍ମାସ୍ତ୍ର୨’ ରେ ରଣବୀର୍ ଓ ଆଲିଆଙ୍କ ବ୍ୟତୀତ ବିଗ୍ ବି, ଅକିନେନି ନାଗାର୍ଜୁନ୍ ଓ ମୌନି ରୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published.