ସାଂସଦ ରାମଚନ୍ଦ୍ର ହାଁସଦା ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ସାରସକଣା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ହେବେ। ସାଂସଦ ରାମଚନ୍ଦ୍ର ହାଁସଦା ଏହି ଘୋଷଣା କରିଛନ୍ତି। ସୋମବାର ଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ରାମ ଚନ୍ଦ୍ର ହାଁସଦା ୨୦୦୯ ମସିହାରେ ଏନସିପି ପ୍ରାର୍ଥୀ ହୋଇ ସାରସକଣା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ନିଜ ରାତନୈତିକ ଜୀବନରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେ ଏନସିପି ଛାଡି କରି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ମସିହା ନିର୍ବାଚନରେ ରାମଚନ୍ଦ୍ର ହାଁସଦା ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ। ନବଦିଗନ୍ତ ଚିଟଫଣ୍ଡ କମ୍ପାନୀ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ସେ ଝାରପଡ଼ା ଜେଲରେ ପ୍ରାୟ ୪ବର୍ଷ ରହିଥିଲେ। ସିବିଆଇ ଗିରଫ ପରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ବିଜେଡିରୁ ନିଲମ୍ୱନ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ଖଲାସ ହୋଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ସାଂସଦ ହାଁସଦାଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରିନାହାନ୍ତି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ସାଂସଦ ରାମଚନ୍ଦ୍ରଙ୍କୁ ଟିକଟରୁ ବଞ୍ଚିତ କରି ମୟୂରଭଞ୍ଜ ଲୋକସଭା ଆସନରେ ଡ.ଦେବାଶିଷ ମାରାଣ୍ଡିଙ୍କୁ ବିଜେଡି ପ୍ରାର୍ଥୀ କରିଛନ୍ତି।

ବିଜେଡିର ଅନ୍ୟ ସାଂସଦ ଓ ବିଧାୟକ ଚିଟଫଣ୍ଡ ଠକେଇରେ ସଂପୃକ୍ତ ଥାଇ ସିବିଆଇ ମାମଲାରେ ଅଭିଯୁକ୍ତ ଅଭିଯୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଏବଂ ତାଙ୍କର ପୁତ୍ରମାନଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ଜଣେ ଆଦିବାସୀ ହୋଇଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପାତର ଅନ୍ତର କରିଥିବା ସାଂସଦ ରାମଚନ୍ଦ୍ର କହିଛନ୍ତି। ସାରସକଣା ଆସନରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସ୍ୱାଧିନପ୍ରାର୍ଥୀ ହେବା ବିଜେଡିକୁ ନିଶ୍ଚିତ ମହଙ୍ଗା ପଡ଼ିବ ବୋଲି ଆଲୋଚନା ହେଉଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published.