ରାଜଗାଙ୍ଗପୁରରେ ସର୍ବାଧିକ ପ୍ରାର୍ଥୀ, ୬୩ ବିଧାନସଭା ମଣ୍ଡଳୀ ପାଇଁ ୪୩୪ ଦାବିଦାର
ଭୁବନେଶ୍ଵର, (ଓଟି): ପ୍ରଥମ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ହେବାକୁଥିବା ବିଧାନସଭା ଓ ଲୋକସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ଏବଂ ତାଲିକା ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଳଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବାକୁ ଥିବା ୨୮ଟି ଆସନ ପାଇଁ ୧୯୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବାକୁଥିବା ୩୫ଟି ଆସନରେ ୨୩୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ବୈଧ ଘୋଷଣା କରାଯାଇ ତାଲିକାଭୁକ୍ତ କରାଯାଇଛି।
ଏପ୍ରିଲ୍ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ୧୮ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଆଜି ଶେଷ ହୋଇଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ପରେ ନିର୍ବାଚନ ମଇଦାନରେ ଓଡ଼ିଶା ବିଧାନସଭାର ଏହି ୬୩ ଆସନ ପାଇଁ ସବୁଦାୟ ୪୩୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ।
୩୦ଜଣଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ ନିର୍ବାଚନ ମଣ୍ଡଳୀରେ ଦାଖଲ କରିଥିବା ନାମାଙ୍କନ ଭିତରୁ ୧୩ ଜଣ ପ୍ରତ୍ୟହାର କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ଭିତରୁ ୧୭ ଜଣ ନିଜ ନାମାଙ୍କନ ପ୍ରତ୍ୟାହାର କରି ନିର୍ବାଚନ ନ ଲଢ଼ିବାକୁ ସ୍ଥିର କରିଛନ୍ତି।
ସେହିପରି ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ୨ଜଣ ପ୍ରତ୍ୟାହାର କରିନେଇଥିବା ବେଳେ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫ ଲୋକସଭା ଆସନ ପାଇଁ ୩୭ ଜଣ ନାକାଙ୍କନ ଦାଖଲ କରିଥିଲେ କିନ୍ତୁ ଦୁଇଜଣ ପ୍ରତ୍ୟାହାର କରିନେଇଥିବାରୁ ଏବେ ୩୫ଜଣ ପ୍ରାର୍ଥୀ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ଲାଗି ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହୋଇଛନ୍ତି।
ଏପ୍ରିଲ୍ ୧୧ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ଏବଂ ଏପ୍ରିଲ୍ ୧୮ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ନିବ;ାଚନ ହେବ।
ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ରେ ସର୍ବାଧିକ ପ୍ରାର୍ଥୀ
୬୩ଟି ବିଧାନସଭା ମଣ୍ଡଳୀ ଭିତରୁ ରାଜଗାଙ୍ଗପୁରରେ ସର୍ବାଧିକ ପ୍ରାର୍ଥୀ ରହିଛନ୍ତି। ଏଠାରେ ସମୁଦାୟ ୧୪ ଜଣ ପ୍ରାର୍ଥୀ ବିଧାନସଭାକୁ ଯିବା ଲାଗି ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଠିକ୍ ସେହିପରି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଠଡଳୀରେ ସବୁଠାରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରିବେ। ଏଠରେ ୧୦ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ଘୋଷଣା କରାଯାଇଛି।
ବିଧାନସଭା ମଣ୍ଡଳୀଗୁଡ଼ିକରେ ୪ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଅର୍ଥାତ କୌଣସି ବିଧାନସଭା ମଣ୍ଡଳୀରେ ୪ରୁ କମ୍ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁନାହାନ୍ତି।