ରଜନୀକାନ୍ତ: ଆଇକନ୍ ଅଫ୍ ଦ ଗୋଲଡେନ୍ ଜୁବଲି

ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍ ଅଭିନେତା ରଜନୀକାନ୍ତଙ୍କ ସଫଳ କ୍ୟାରିୟର୍ ଖାତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଆଗାମୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୦ତମ ‘ଭାରତୀୟ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍’ରେ ରଜନୀକାନ୍ତଙ୍କୁ ‘ଆଇକନ୍ ଅଫ୍ ଦ ଗୋଲଡେଡ଼୍ ଜୁବଲି’ ଆୱାର୍ଡ଼ରେ ସମ୍ମାନିତ କରାଯିବ । କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

କହିରଖୁଛୁ ୧୯୭୫ରେ ରିଲିଜ୍ ହୋଇଥିବା ‘ଅପୂର୍ବ ରାଙ୍ଗଗଲ୍’ ମାଧ୍ୟମରେ ଡେବ୍ୟୁ କରିଥିବା ରଜନୀକାନ୍ତ ଆଜିପର୍ଯ୍ୟନ୍ତ ୧୬୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଅଭିନୟ ଦକ୍ଷତାର ପରିଚୟ ଦେଇଛନ୍ତି । ରଜନୀଙ୍କ ଆଗାମୀ ଫିଲ୍ମ ‘ଦରବାର୍’ ଆସନ୍ତା ୨୦୨୦ ଜାନୁୟାରୀ୧୫ ତାରିଖରେ ସିନେମାଘରକୁ ଆସିବ । ସାଉଥ୍ ବ୍ୟତୀତ ସେ ବଲିଉଡର ଅନେକ ଫିଲ୍ମରେ ପରଦା ଉପରକୁ ଆସିଛନ୍ତି । ୨୦୧୪ରେ ଗୋଆ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ରଜନୀଙ୍କୁ ‘ସିନେଟେରି ଆୱାର୍ଡ଼ ଫର୍ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦ ଇୟର୍’ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ‘ଆଇକନ୍ ଅଫ୍ ଦ ଗୋଲଡେନ୍ ଜୁବଲି’ ଆୱାର୍ଡ଼ରେ ସମ୍ମାନିତ ହେବା ଖବର ଆସିବା ପରେ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply

Your email address will not be published.