ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ  ଜାଲରେ ଏଏସ୍ଆଇ  ବାବୁ । ଏକ  ଜମିଜମା ଘଟଣାର ରଫଦଫା ପାଇଁ   ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା।

ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା ପଞ୍ଚାୟତର ଗୋକଣ୍ଣେଶ୍ବର ଗ୍ରାମର ଦିବାକର ସେଠୀଙ୍କର କିଛି ଦିନ ହେବ ଏକ ଜମିବାଡି ବିବାଦ ଚାଲିଥିଲା । ଏହି ମାମଲାରେ ଫଇସାଲା କରିବା ପାଇଁ ଏଏସ୍‌ଆଇ ବୈଷ୍ଣବ ବେହେରା ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦିବାକର ଏନେଇ କେନ୍ଦ୍ରାପଡା ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଏଏସ୍ଆଇକୁ ଧରିବା ପାଇଁ ଜାଲ ବିଛାଇଥିଲା ।ଦିବାକର ଏଏସ୍ଆଇ ବୈଷ୍ଣବ ବେହେରାଙ୍କ ଲାଞ୍ଚ ଦେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । 

Leave a Reply

Your email address will not be published.