ଆମେରିକାନ୍ ମ୍ୟୁଜିକ୍ ଆୱାର୍ଡ଼ର ହୋଷ୍ଟ ଭାବେ ପ୍ରଥମ ଭାରତୀୟ ମହିଳା ରାଜା କୁମାରୀ

ପ୍ରଥମ ଭାରତୀୟ ସିଙ୍ଗର୍ ଭାବେ ରାଜା କୁମାରୀ ଆମେରିକାନ୍ ମ୍ୟୁଜିକ୍ ଆୱାର୍ଡ଼ ୨୦୧୯ର ରେଡ୍ କାର୍ପେଟର ଲାଇଭ୍ ହୋଷ୍ଟ କରିବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖରୁ ଏହି ଉତ୍ସବ ଲସ୍ ଆଞ୍ଜେଲସର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହେବ । ରାଜା ଇନଷ୍ଟାଗ୍ରାମ୍ ମାଧ୍ୟମରେ ଏହି ଖୁସି ଖବରକୁ ପ୍ରଶଂସକଙ୍କ ସହିତ ସେୟାର୍ କରିଥିଲେ । ଏଭଳି ଏକ ଆଚିଭମେଣ୍ଟରେ ବେଶ୍ ଖୁସି ଥିବା ରାଜା କହିଛନ୍ତି ଯେ ‘ହଲିଉଡ୍ ତାରକାଙ୍କ ଚମକ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । ଆମେରିକାନ୍ ଉତ୍ସବଗୁଡ଼ିକରେ ତାରକାଙ୍କ ଜଲୱା ଦେଖିବା ପାଇଁ ଅଗଣିତ ପ୍ରଶଂସକ ଅପେକ୍ଷା କରିଥାନ୍ତି । ମୋର ମଧ୍ୟ ସ୍ୱପ୍ନ ପୁରଣ ହେବାକୁ ଯାଉଛି । ଏଭଳି ଏକ ଭବ୍ୟ ଉତ୍ସବର ହୋଷ୍ଟ ଭାବେ ଦାୟିତ୍ୱ ତୁଲାଇବା ମୋ ପାଇଁ ସମ୍ମାନଜନକ ।

ଡିକ୍ କ୍ଲାର୍କଙ୍କ ପ୍ରଯୋଜିତ ଏହି ଉତ୍ସବରେ ରାଜାଙ୍କ ସହିତ ସୋଫିଆ କାରସନ୍, ଏଜେ ଗିବସନ୍, ଜେମ୍ସ ୱାନ୍, ଲରିନ୍ ଓ ନିକ୍ ଭିଆଁଲ୍ ମଧ୍ୟ ଶୋ’ର ହୋଷ୍ଟ୍ ଭାବେ ଅଛନ୍ତି । ସୂଚନାଯୋଗ୍ୟ ସିଙ୍ଗର-ରାପର୍ ରାଜାଙ୍କ ପ୍ରକୃତ ନାଁ ହେଉଛି ଶ୍ୱେତା ୟେଲପ୍ରାଗଦା ରାଓ । ସେ ବଲିଉଡ୍ ପାଇଁ ‘ଜୁଗନି…’, ‘ଆଲ୍ଲା ଦୁହାଇ ହେ…’, ‘ହୁସନ ପରଚମ୍..’ ଓ ‘ବଖରା ସ୍ୱେଗ…’ ଗୀତଗୁଡ଼ିକରେ ସ୍ୱର ଦେଇ ଲୋକପ୍ରିୟ ହୋଇପାରିଛନ୍ତି ।

Leave a Reply

Your email address will not be published.