କ୍ରୀସମାସ୍‌ରେ ବର୍ଷା, ଶନିବାର ରାତିଠୁ ଗରମ

0
256
advertisement

ଭୁବନେଶ୍ୱର, (ଓଟି): : ଚଳିତବର୍ଷ ଓଡ଼ିଶାବାସୀ ଭିଜା ବର୍ଷାରେ ପାଳିବେ ଖ୍ରୀଷ୍ଟମାସ୍ । ଆସନ୍ତା ଡିସେମ୍ବର ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବାଂଚଳ ଆଡକୁ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ଯୋଗୁଁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ପରିବେଶ ଓ ଜଳବାୟୁ କେନ୍ଦ୍ର ସିଇସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଶନିବାର ରାତିରୁ ରାତିର ତାପମାତ୍ରା ବଢ଼ିପାରେ ବୋଲି ସିଇସିର ନିର୍ଦେଶକ ଶରତଚନ୍ଦ୍ର ସାହୁ ଜଣାଇଛନ୍ତି ।
ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଗତି ପୂର୍ବାଂଚଳ ଆଡ଼କୁ ଯାଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି ।
ଏହି ସମୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଦେବଗଡ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର ଏବଂ କଟକ ପ୍ରଭୃତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।
ଡିସେମ୍ବର ୨୫ ଓ ୨୬ ମଧ୍ୟରେ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଡିସେମ୍ବର ୨୬ ଓ ୨୭ ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଡିସେମ୍ବର ୨୫ ରୁ ୨୭ ତାରିଖ ମଧ୍ୟରେ ଅନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ଡଃ ସାହୁ କହିଛନ୍ତି ଯେ ଉତର-ପଶ୍ଚିମ ପବନର ଗତି ବଦଳିବା କାରଣରୁ ରାତିର ତାପମାତ୍ରା ଶନିବାର ଠାରୁ ବଢ଼ିବାର ସମ୍ଭାବନା ରହିଛି ।