ଭୁବନେଶ୍ଵର, (ଓଟି): ଯାତ୍ରୀବାହୀ ଟ୍ରେନ୍ରେ ଲାଗି ରହୁଥିବା ପାଣି ସମସ୍ୟାକୁ ଦୂର କରିବା ପାଇଁ ରେଳବାଇ ବୋର୍ଡ ଏକ ନୂଆ ପଦକ୍ଷେପ ମଞ୍ଜର କରିଛନ୍ତି। ଏହି ପଦକ୍ଷେପ ଦ୍ଵାରା ମାତ୍ର ୫ ମିନିଟ୍ ସମୟ ଭିତରେ ଗୋଟିଏ ଡବାରେ ଲାଗିଥିବା ୧୮୦୦ ଲିଟର ପାଣି ଟାଙ୍କି ଫୁଲ୍ ହୋଇପାରିବ। ଏଥିଲାଗି ୩୦୦ କୋଟି ଟଙ୍କାର ଏକ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯାୟରେ ଦେଶର ୧୪୨ଟି ଷ୍ଟେସନ୍ରେ ଏହି ବ୍ୟବସ୍ଥା ଉପଲବ୍ଧ ହେବ। ମାର୍ଚ ମାସରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।
ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲମ୍ବା ଯାତ୍ରା କରୁଥିବା ଟ୍ରେନ୍ଗୁଡ଼ିକ ପ୍ରତି ୩୦୦ରୁ ୪୦୦ କିଲୋମିଟର ଦୂରତା ଗଲାପରେ ପାଣି ପୁଣିଥରେ ଭର୍ତି କରିବା ବିଧି ରହିଛି। ପାଣି ସରିଥାଉ ବା ଖାଲି ହୋଇଥାଉ ସେଥିଲାଗି ନିର୍ଦିଷ୍ଟ ଷ୍ଟେସନ୍ରେ ଗାଡ଼ି ଅଟକିଥାଏ ଏବଂ ପାଣି ଭର୍ତି ହୋଇଥାଏ। ଗୋଟିଏ ଡବାରେ ପାଣି ଭର୍ତି କରିବା ଲାଗି ୨୦ ମିନିଟ୍ ସମୟ ସାଧାରଣତଃ ଲାଗିଥାଏ। ନିର୍ଦ୍ଧାରିତ ସମୟରେ ପାଣି ନରହିପାରିଲେ ଟ୍ରେନ୍ ପ୍ଲାଟ୍ଫର୍ମ ଛାଡ଼େ ଏବଂ ପାଣି ସଙ୍କଟ ଲାଗି ରହେ।
ଏ ପ୍ରସଙ୍ଗରେ ନିୟମିତ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ଏଥିନେଇ ସଚେତନ ହୋଇଛନ୍ତି। ଆଉ ଟ୍ରେନ୍ରେ ପାଣି ଭତିର୍ର୍ କରିବା ସମସ୍ୟାକୁ ଦୂର କରିବା ପାଇଁ ଉଚ୍ଚ କ୍ଷମତାପନ୍ନ ମୋଟର ଏବଂ ଅଧିକ ମୋଟେଇର ପାଇପ୍ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଏହାଛଡ଼ା ପାଣି ଭର୍ତି ବ୍ୟବସ୍ଥାକୁ ନଜର ରଖିବା ପାଇଁ କମ୍ପ୍ୟୁଟରୀକୃତ ସଫ୍ଟଓ୍ବେରର ସହାୟତା ନେବାକୁ ଘୋଷଣା କରାଯାଇଛି ବୋଲି ରେଲ ବୋର୍ଡ ସଦସ୍ୟ ରାଜେଶ୍ ଅଗ୍ରୱାଲ୍ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇଛନ୍ତି।
ଏଥିଲାଗି ୪୦ ଏଚ୍ପିର ମୋଟର ବ୍ୟବହାର କରାଯିବ। ପାଇପ୍ର ମୋଟେଇ ୬ଇଞ୍ଚ କରାଯିବ। ଫଳରେ ୨୪ କୋଚ୍ ବିଶିଷ୍ଟ ଟ୍ରେନ୍ରେ ଅତିଶୀଘ୍ର ପାଣି ଭର୍ତ୍ତି କରିବା ସହଜ ହେବ ବୋଲି ସେ ସଳଚନା ଦେଇଛନ୍ତି।
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ
କଂଗ୍ରେସର ସବୁ ଦାୟିତ୍ଵରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ ଶ୍ରୀକାନ୍ତ ଜେନା
ରେଳବାଇ ଜମି ଅଧିଗ୍ରହଣ ବିବାଦ : କେନ୍ଦ୍ର-ରାଜ୍ୟ ମୁହାଁମୁହିଁ
ରେଳ ଲାଇନରେ ଅଳିଆ ଫିଙ୍ଗୁୁଛି ରେଳବାଇ
[…] […]
Comments are closed.