ଘରୋଇ କମ୍ପାନୀ ହାତକୁ ଯିବ ରେଳ

ଦେଶର ବିଭିନ୍ନ ଭାଗରେ କମ‌୍‍ ଯାତ୍ରୀ ଓ ପର୍ଯ୍ୟଟକ ହେଉଥିବା ରୁଟ‌୍‍ରେ ଚାଲୁଥିବା ରେଳକୁ ପରିଚାଳନା ପାଇଁ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହିତ ବିଚାର କରୁଛନ୍ତି। ଆଗାମୀ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇ ରେଳ ପରିଚାଳନାର ଦାୟିତ୍ୱ ଘରୋଇ କମ୍ପାନୀ ହାତରେ ଟେକିଦେଇ ପାରନ୍ତି ବୋଲି ରେଳ ବିଭାଗର ସୂଚନାରୁ ଜଣାପଡିଛି।

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ଦୁଇଟି ଟ୍ରେନ‌୍‍ ଓ ଆଇଆରସିଟିସିର ପର୍ଯ୍ୟଟନ ବିଭାଗର ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀ ହାତରେ ନ୍ୟସ୍ତ କରାଯିବ। କେଉଁ ରୁଟ‌୍‍କୁ ଘରୋଇକରଣ କରାଯିବ ତାହା ରେଳବାଇ ବୋର୍ଡ ନିର୍ଦ୍ଧାରଣ କରିବ। ମିଳିଥିବା ସୂଚନା ଅନୁସାରେ ସ୍ୱର୍ଣ୍ଣ ଚତୁର୍ଭୁଜ ରାଷ୍ଟ୍ରୀୟ ରାଜପଥ ଭଳି ଅଞ୍ଚଳରେ ଚାଲୁଥିବା ରେଳର ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀ ହାତରେ ଦିଆଯିବ।

ରେଲେୱ ବୋର୍ଡର ଅଧ୍ୟକ୍ଷ ବି କେ ଯାଦବ ଏ ସମ୍ପର୍କରେ ବୋର୍ଡର ସମସ୍ତ ସଦସ୍ୟମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଯେଉଁ କମ୍ପାନୀମାନେ ନିରବଚ୍ଛିନ୍ନ ଭାବରେ ରେଳବାଇ ସେବାକୁ ଚଳାଇବା ପାଇଁ ଆଗ୍ରହୀ ଥିବେ ସେମାନଙ୍କୁ ଏହି ଦାୟିତ୍ୱ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published.