କଟକରେ ନକଲି ସିମେଣ୍ଟ କାରଖାନା ଠାବ

କଟକ, (ଓଡିଶା ଟାଇମ୍) : କଟକରୁ ପୁଣି ନକଲି କାରଖାନ ଠାବ । ନକଲି ସିମେଣ୍ଟ କାରଖାନାରେ ଚଢାଉ କରି କମିଶନରେଟ୍‌ ପୋଲିସ । ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି ।

ଖବର ଅନୁଯାୟୀ, ଚାରିଆଡ଼େ ମାଡିଛି ନକଲି ଚେର । ନକଲି କାରଖାନା ନେଇ ପୁଣି ଆକ୍ସନକୁ ଆସିଛି କମିଶନରେଟ୍‌ ପୋଲିସ । କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେଧଡ଼କ ବେପାର ଚାଲିଥିଲା । ବଜାରକୁ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଛାଡୁଥିଲେ । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୋଲିସ କଡ଼ା ନଜର ରଖିଥିଲା । ଏହି ପ୍ରରିପେକ୍ଷୀରେ ଆଜି ଉକ୍ତ କାରଖାନରେ ଚଢାଉ କରିଛି କମିଶନରେଟ୍‌ ପୋଲିସ l

Leave a Reply

Your email address will not be published.