ପୂଜା ସମୟରେ ବିଶେଷ ବିଧିବିଧାନ

0
46
advertisement

ଗୁରୁଣ୍ଡି ଗୋପାଳଙ୍କ ପୂଜା କରିବା ସମୟରେ କିଛି ନିର୍ଦ୍ଦିଷ୍ଟ ନିୟମ, ବିଶେଷ ଭୋଗ ଓ ପୂଜା ସାମଗ୍ରୀ ଆବଶ୍ୟକ ରହିଛି । ଏହି ଦିନ ଅନେକ ଭକ୍ତ ସେମାନଙ୍କର ମନୋକାମନା ପୁରଣ କରିବା ପାଇଁ କିଛି ବିଶେଷ ବ୍ରତ ଓ ଉପାୟ କରିଥାନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ତଥ୍ୟ –

୧- ଜନ୍ମାଷ୍ଟମୀ ଦିନ ଭୋରରୁ ଉଠି ସ୍ନାନ ଆଦି ସାରିବା ପରେ ସୂର୍ଯ୍ୟଙ୍କୁ ପାଣିଦେବା ପରେ ସୂର୍ଯ୍ୟ, ସମ, ଯମ, କାଳ, ସନ୍ଧି, ଭୂତ, ପବନ ଭୂମି, ଆକାଶ ଓ ବ୍ରହ୍ମାଙ୍କୁ ସ୍ମରଣ କରନ୍ତୁ ।

୨- ପୂର୍ବ ବା ଉତ୍ତରକୁ ମୁହଁ କରି ବସିବା ପରେ ଜଳ, ଫଳ, ଫୁଲ ଓ କୁଶ ସାହାଯ୍ୟରେ ସଂକଳ୍ପ କରି ପୁଜା ବିଧି ଆରମ୍ଭ କରନ୍ତୁ ।

୩- ମଧ୍ୟାହ୍ନ ସମୟରେ ପାଣିରେ କଳାରାଶି ପକାଇ ସ୍ନାନ କରିବା ପରେ ଦେବକୀଙ୍କ ପାଇଁ ପସୂତି ଗୃହ ନିର୍ମାଣ କରିବା ସହ ବାଳଗୋପାଳ ମୂର୍ତ୍ତି କିମ୍ବା ଫଟୋକୁ ସ୍ଥାପନା କରନ୍ତୁ । ପଞ୍ଚାମୃତରେ ସ୍ନାନ କରାନ୍ତୁ ଏବଂ ତା’ପରେ ଚନ୍ଦନ ପାଣିରେ ସ୍ନାନ କରାଇ ପୂଜା ଆରମ୍ଭ କରନ୍ତୁ ।

୪- ପୂଜା କରିବା ସମୟରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା ବଳଦେବ ଓ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରିବା ଉଚିତ୍ ।

୫- ଗୋଟିଏ ନୂଆ ଖଟୁଲି କିମ୍ବା ନୂଆ ବସ୍ତ୍ର ଉପରେ ବାଳଗୋପାଳ ମୂର୍ତ୍ତି କିମ୍ବା ଫଟୋକୁ ସ୍ଥାପନା କରିବା ଉଚିତ୍ । ଝୁଲଣରେ ବାଳଗୋପାଳଙ୍କୁୁ ରଖିବା ଆହୁରି ଭଲ ହୋଇଥାଏ । ବାଳଗୋପାଳଙ୍କ ପାଇଁ ନୂଆ ବସ୍ତ୍ର, ଅଳଙ୍କାର, ବଂଶୀ ଓ ମୟୂର ପରକୁ ପୂଜାସ୍ଥଳରେ ରଖନ୍ତୁ ।

୬- ଛୋଟ ଛୋଟ ମାଟି ଘଡ଼ିରେ ଦହି, ଖିର, ଲହୁଣୀ ଓ ଦୁଗ୍ଧଜାତୀୟ ବ୍ୟଞ୍ଜନ ରଖି ଭୋଗ କରନ୍ତୁ । ଜନ୍ମାଷ୍ଟମୀର ଭୋଗ ପରମ୍ପରାରେ ମୁଖ୍ୟ ହେଉଛି ଧନିଆ ପଞ୍ଜିରି । ଆଜିକାଲି ଏହା ଯେ କୌଣସି ମିଠା ଦୋକାନରେ ମିଳିପାରୁଛି । ଏହାକୁ ନିଶ୍ଚିତ ଭାବେ ପୂଜା ଭୋଗରେ ସାମିଲ୍ କରନ୍ତୁ । ଏକାଧିକ ମିଷ୍ଟାନ୍ନ ଓ ଲଡ଼ୁ ଭୋଗ କରିବା ପରମ୍ପରା ମଧ୍ୟ ରହିଛି ।

୭- ପୂଜା ସରିବା ପରେ ପ୍ରଥମେ ଭୋଗକୁ ଶିଶୁଙ୍କୁ ମଧ୍ୟରେ ବାଣ୍ଟନ୍ତୁ ।