‘ଦ ହ୍ୱାଇଟ୍ ଟାଇଗର୍’ ଅପେକ୍ଷାରେ ପିସି

0
85
advertisement

ଗ୍ଲୋବାଲ୍ ତାରକା ପ୍ରିୟଙ୍କା ଚୋପ୍ରା ଜୋନ୍ସ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଥିରେ ପିସି ମା’ ଭୂମିକାରେ ନଜର ଆସିବେ । ଏହି ସରପ୍ରାଇଜ୍ ପରେ ପିସିଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ପିସିଙ୍କ ଆଗାମୀ ପ୍ରୋଜେକ୍ଟ ଭାବେ ଖୁବ୍ ଶୀଘ୍ର ଆସିବ ‘ଦ ହ୍ୱାଇଟ୍ ଟାଇଗର୍’ । ରାଜକୁମାର ରାଓ ଇନଷ୍ଟାଗ୍ରାମ୍ ମାଧ୍ୟମରେ ପିସିଙ୍କ ସହିତ ଗୋଟିଏ ଫଟୋ ସେୟାର୍ କରିବା ସହିତ କ୍ୟାପସନ୍ କରିଛନ୍ତି ଯେ – ‘ପିସିଙ୍କ ସହିତ ‘ଦ ହ୍ୱାଇଟ୍ ଟାଇଗର୍’ରେ କାମ କରିବାକୁ ନେଇ ମୁଁ ଖୁବ୍ ଉତ୍ସାହିତ’ ।

ପିସି ମଧ୍ୟ ଫିଲ୍ମ ଟିମ୍ ସହିତ ଗୋଟିଏ ଭିଡିଓ ସେୟାର୍ କରିବା ସହ ଲେଖିଛନ୍ତି ଯେ – ‘ପ୍ରଥମ ଦିନର ଟେବୁଲ୍ ରିଡିଙ୍ଗ୍ ସେସନ୍ ଶେଷ ହେଲା । ସୁଟିଂ ପାଇଁ ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରୁଛି’ । କହିରଖୁଛୁ ମ୍ୟାନ୍ ବୁକର୍ ପ୍ରାଇଜ୍ ବିଜେତା ଅରବିନ୍ଦ ଅଡିଗାଙ୍କ ନୋବେଲ୍ ‘ଦ ହ୍ୱାଇଟ୍ ଟାଇଗର୍’ ଉପରେ ଫିଲ୍ମଟି ଆଧାରିତ । ଆଦର୍ଶ ଗୌରବ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାର ସୁଟିଂ ଚଳିତବର୍ଷ ଶେଷ ଭାଗରେ ଆରମ୍ଭ କରାଯିବ । ପିସି ଏହି ଫିଲ୍ମର ଏକଜିକ୍ୟୁଟିଭ୍ ପ୍ରୋଡ୍ୟୁସର୍ ମଧ୍ୟ ଅଛନ୍ତି । \n