ନିକଙ୍କ ମ୍ୟୁଜିକ ଭିଡିଓରେ ପିସି
ନିକଟ ଅତୀତରେ ଓସ୍କାର ସମାରୋହର ରେଡ କାର୍ପେଟରେ ନିଜ ଜଲୱା ଦେଖାଇ ଅଗଣିତ ଦର୍ଶକଙ୍କ ମନ କିଣିନେଇଥିବା ପ୍ରିୟଙ୍କା ଚୋପ୍ରା ଓରଫ୍ ପିସି ଏବେ ନିକଙ୍କ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ନିକଙ୍କ ସହିତ ବିବାହ ପରେ ପ୍ରଥମ ଥର ପାଇଁ ପିସିଙ୍କୁ ଜୋନସ ବ୍ରଦର୍ସଙ୍କ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିଛି । ନିକ ଓ ତାଙ୍କର ଭାଇମାନଙ୍କର ଏହି ଭିଡିଓ ଏବେ ମୁକ୍ତିଲାଭ କରିଛି । ଗୀତର ନାଁ ହେଉଛି – ‘ସକର୍…’ । ଏହି ମ୍ୟୁଜିକ୍ ଭିଡିଓରେ ପିସି ଅନେକ ପ୍ରକାର ଗେଟଅପରେ ଆସିଛନ୍ତି ଏବଂ ତାଙ୍କର ସବୁ ଲୁକ୍ ଦର୍ଶକଙ୍କୁ ଆକର୍ଷିତ କରୁଛି । ଅନେକ ଦୃଶ୍ୟରେ ପିସି ଓ ନିକ୍ଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ରହିଛି ।
ପିସି ଓ ନିକଙ୍କ ବ୍ୟତୀତ ଏଥିରେ ଡାନିଏଲ୍ ଓ ‘ଗେମ୍ସ ଅଫ ଥ୍ରୋନ’ର ଅଭିନେତ୍ରୀ ସୋଫି ଟୋର୍ନର୍ ମଧ୍ୟ ନଜର ଆସୁଛନ୍ତି । ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି ଏବଂ ରିଲିଜ୍ ହେବାର ଗୋଟିଏ ଦିନ ମଧ୍ୟରେ ଏହାକୁ ଦେଢକୋଟିରୁ ଊଦ୍ଧ୍ୱର୍ ଦର୍ଶକ ଦେଖିସାରିଛନ୍ତି ବୋଲି ସୂଚନା ମିଳିଛି ।