ପତିଙ୍କ ପାଇଁ ଫନି ଭିଡିଓ ପ୍ରସ୍ତୁତ କଲେ ପିସି
‘ଟିକଟକ୍’ ହେଉ କିମ୍ବା ଅନ୍ୟ କୌଣସି ସର୍ଟ ଭିଡିଓ ପ୍ରସ୍ତୁତକାରୀ ସଫ୍ଟୱେର୍. ଏବେ ଯୁବପିଢ଼ି ସେ ସବୁର ମାୟାରୁ ନିଜକୁ ଦୂରେଇ ରଖିପାରୁନାହାନ୍ତି । ବଲିଉଡ୍ ତାରକାଙ୍କ ମଧ୍ୟରେ ଏହାକୁ ନେଇ କ୍ରେଜି ଦେଖିବାକୁ ମିଳିଛି । ଏବେ ଏହି ଧାରାରେ ଗ୍ଲୋବାଲ୍ ତାରକା ପ୍ରିୟଙ୍କା ଚୋପ୍ରା ତାଙ୍କ ପତି ନିକଙ୍କୁ ନେଇ ଏକ ମଜାଦାର ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିବା ପରଠାରୁ ତାରକାଦ୍ୱୟଙ୍କ ପ୍ରଶଂସକଙ୍କ ପକ୍ଷରୁ ଏହାକୁ ଖୁବ୍ ଲାଇକ୍ ମିଳିଛି ।
ଏହି ଭିଡିଓରେ ଡ୍ୟାନ୍ସିଙ୍ଗ୍ ଷ୍ଟାର୍ ଗୋବିନ୍ଦାଙ୍କ ଏକ ଗୀତ ‘ମେରି ପ୍ୟାଣ୍ଟ୍ ଭି ସେକ୍ସି’ ଗୀତର କିଛି ଲାଇନ୍ରେ ନିକ୍ଙ୍କ ଅନ୍ୟ ଏକ ଭିଡିଓର ଡ୍ୟାନ୍ସ ମୁଭମେଣ୍ଟ୍ ଯୋଡ଼ାଯାଇଛି । ଏହି ଭିଡିଓ ସେୟାର୍ କରିବା ସମୟରେ ପିସି ଗୋବିନ୍ଦାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଗୋବିନ୍ଦାଙ୍କ ଏହି ଗୀତରେ ନିକ୍ଙ୍କ ମୁଭମେଣ୍ଟ୍ ଏକଦମ୍ ପରଫେକ୍ଟ ବୋଲି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପିସି ନିଜ ପତିଙ୍କୁ ନେଇ ଏମିତି ଏକ ମଜାଳିଆ ଭିଡିଓ ପ୍ରସ୍ତୁତ କରିପାରନ୍ତି, ତାହା ଏବେ ସମସ୍ତଙ୍କୁ ପସନ୍ଦ ହୋଇଛି । ନିକଙ୍କ ଏହି ଫନି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।