ଭାଇଙ୍କ ରୋକା ସେରିମନିରେ ପହଂଚିଲେ ପିସି, ସ୍ୱାଗତ କଲେ ଭାଉଜଙ୍କୁ

ଦେଶୀ ଗାର୍ଲ ଓ ବିଦେଶୀ ବୋହୁ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ରୋକା ସେରିମନି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପିସି ତାଙ୍କ ପତି ନିକ୍ ଜୋନ୍ସ୍ଙ୍କ ସହିତ ସାମିଲ୍ ହୋଇଥିଲେ । ଏହି ଉତ୍ସବରେ ପିସି ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ ନିକ୍ ଅଫ୍ ହ୍ୱାଇଟ୍ର ସେର୍ୱାନି କ୍ୟାରି କରିଥିଲେ ।

ପିସି ତାଙ୍କ ଭାଉଜ ଇଶିତାଙ୍କର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି । ଏହା ସହିତ ଭାଉଜଙ୍କୁ ସ୍ୱାଗତ ଜଣାଇ ପିସି ଏକ ମେସେଜ୍ ମଧ୍ୟ ଲେଖିଛନ୍ତି – ‘ଇଶିତା, ପରିବାରରେ ତୁମକୁ ସ୍ୱାଗତ, ଭାଇ ଓ ତୁମର ଯୋଡ଼ି ବହୁତ ସୁନ୍ଦର, ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ତୁମ ଦୁଇଜଣଙ୍କୁ ଶୁଭକାମନା । ହାପି ରୋକା’ । ଉତ୍ସବର ଅନ୍ୟ କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି ଏବଂ ପିସିଙ୍କୁ ପ୍ରଶଂସକଙ୍କ ପକ୍ଷରୁ ଅନେକ ଶୁଭେଚ୍ଛା ମିଳୁଛି ।

Leave a Reply

Your email address will not be published.