ଟୋରୋଣ୍ଟୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ପିସିଙ୍କ ଜଲୱା

0
38
advertisement

ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଆଗାମୀ ଫିଲ୍ମ ‘ସ୍କାଇ ଇଜ୍ ପିଙ୍କ୍’ର ସ୍ପେଶାଲ୍ ସ୍କ୍ରିନିଙ୍ଗ୍ ଟୋରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ । ସେଥିପାଇଁ ଏବେ ପିସି ତାଙ୍କର ଅନସ୍କ୍ରିନ୍ ପାର୍ଟନର୍ ଫରହାନ୍ ଅଖତରଙ୍କ ସହିତ ଟୋରୋଣ୍ଟୋ ଗସ୍ତ କରିଛନ୍ତି । ରେଡ୍ କାର୍ପେଟରେ ପିସିଙ୍କ ଜଲୱା ଏବେ ଆକାଶଛୁଆଁ । ଏହି ଉତ୍ସବ ପାଇଁ ପିସି ହ୍ୱାଇଟ୍ ଆଣ୍ଡ୍ ବ୍ଲାକ୍ ରଙ୍ଗର ଅଫ୍ ସୋଲଡର୍ ଗାଉନରେ ନଜର ଆସିଥିଲେ । ଏହି ଗାଉନକୁ ଆହୁରି ଆକର୍ଷଣୀୟ ଓ ରୟାଲ୍ ଲୁକ୍ ଦେବା ପାଇଁ ଏହାର ବ୍ୟାକ୍ ସାଇଡରେ ଏକ ବଡ଼ ବୋ ର ଡିଜାଇନ୍ ରହିଛି । ପିସି ଏହି ଗାଉନ୍ ସହିତ ଡାଇମଣ୍ଡ୍ ଡ୍ରପ୍ ଇୟରିଂ ଓ ଡାଇମଣ୍ଡ୍ ରିଙ୍ଗ୍ କ୍ୟାରି କରିଥିଲେ ।

ନ୍ୟୁଡ୍ ଲିପ୍ସ ସହିତ ପିଚ୍ ବ୍ଲଶ୍ ଓ ଡ୍ରାମାଟିକ୍ ଲେସେଜ୍ ପିସିଙ୍କ ଲୁକକୁ ଆହୁରି ଆକର୍ଷଣୀୟ କରିଥିଲା । ‘ସ୍କାଇ ଇଜ୍ ପିଙ୍କ୍’ର ନାୟକ ଫରହାନ୍ ତାଙ୍କର ଗାର୍ଲଫ୍ରେଣ୍ଡ୍ ଶିବାନୀ ଦାଣ୍ଡେକରଙ୍କ ସହିତ ଉତ୍ସବରେ ପହଞ୍ଚିଛନ୍ତି । ଏହି ଫିଲ୍ମରେ ପିସି ମା’ ଭୂମିକାରେ ଅଛନ୍ତି । ପିସି ଓ ଫରହାନଙ୍କ ଝିଅ ଭାବେ ଅଛନ୍ତି ଜାୟରା ବସିମ୍ । ଏହି ଫିଲ୍ମ ପରେ ଜାୟରା ବଲିଉଡରୁ ବିଦାୟ ନେବେ ବୋଲି ଜଣାପଡ଼ିଛି । ତେଣୁ ଏହା ତାଙ୍କର ଶେଷ ଫିଲ୍ମ । ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହା ସିନେମାଘରକୁ ଆସିବ ।