ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ

ନୟାଗଡ଼, (ଓଡିଶା ଟାଇମ୍) :ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ନାବାଳକ । ଅଭିଯୁକ୍ତକୁ ଅନୁଗୋଳ ବାଳ ସୁଧାର ଗୃହରୁ ଅଣାଯାଇଛି । ବ୍ରେନ୍ ମ୍ୟାପିଙ୍ଗ୍ ନେଇ ଏସଆଇଟି କରିଥିବା ଆବେଦନ ଉପରେ ହେବ ଶୁଣାଣି ।

ଗତ ୮ତାରିଖରେ ଅଭିଯୁକ୍ତର ବ୍ରେନ୍ ମ୍ୟାପିଙ୍ଗ୍ ପାଇଁ ଏସଆଇଟି ଆବେଦନ କରିବା ପରେ ବୋର୍ଡ ଶୁଣାଣି ପାଇଁ ଆଜିକୁ ଦିନ ଧାର୍ଯ୍ୟ କରିଥିଲେ । ଏହାସହିତ ଆଜି ଅଭିଯୁକ୍ତର ଲେୟାର ଭଏସ୍ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିବ ବୋଲି ସରକାରୀ ଓକିଲ କହିଛନ୍ତି ।

ପୂର୍ବରୁ ଅଭିଯୁକ୍ତର ସହମତି ନମିଳିବାରୁ ନାର୍କୋ ଆନାଲିସିସ୍ ଟେଷ୍ଟ ଖାରଜ ହୋଇଛି । ଆଜିର ଶୁଣାଣି ସମୟରେ ଅଭିଯୁକ୍ତ ସହ ଉଭୟ ପକ୍ଷର ଓକିଲ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published.